ଜଙ୍ଗଲରୁ ମୃତ ଭାଲୁ ଉଦ୍ଧାର

0

ଉମରକୋଟ, ୧୩/୧୨: ଉମରକୋଟ ଥାନା କାରାଗାଁ ପଞ୍ଚାୟତର ମାଣ୍ଡିଆଗୁଡା ଗ୍ରାମ ନିକଟସ୍ଥ ଜଙ୍ଗଲରୁ ଏକ ମୃତ ଭାଲୁ ଉଦ୍ଧାର ହୋଇଛି । ମାଣ୍ଡିଆଗୁଡା ଗ୍ରାମର କିଛି ଲୋକ ଗାଁ ନିକଟସ୍ଥ ଜଙ୍ଗଲରେ ମୃତ ଭାଲୁ ପଡିଥିବା ଦେଖି ଉମରକୋଟ ବନ ବିଭାଗକୁ ଖବର ଦେଇଥିଲେ । ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଭାଲୁଟିକୁ ଉଦ୍ଧାର କରି କାର୍ଯ୍ୟାଳୟକୁ ନେଇଥିଲେ । ଭାଲୁର ଶରୀରରେ କେଣସି କ୍ଷତ ଚିହ୍ନ ନଥିବା ବେଳେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ଭାଲୁଟିର ମୃତ୍ୟୁର କାରଣ ଜଣା ପଡିବ ବୋଲି ରେଂଜର ପୂର୍ଣ୍ଣଚନ୍ଦ୍ର ନାୟକ ସୂଚନା ଦେଇଛନ୍ତି । ପ୍ରାୟ ୧୫ଦିନ ତଳେ ମାଣ୍ଡିଆଗୁଡା ଗ୍ରାମରେ ଭାଲୁ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା ।

Leave A Reply

Your email address will not be published.