ଜନକ ହେବେ ଅର୍ଜୁନ

0

ବିବାହ ବିଚ୍ଛେଦକୁ ବର୍ଷେ ନ ପୂରୁଣୁ ବଲିଉଡ୍‌ ଆକଫର ଅର୍ଜୁନ ରାମପାଲ ହେବାକୁ ଯାଉଛନ୍ତି ବାପା । ଅର୍ଜୁନଙ୍କ ଗର୍ଲଫ୍ରେଣ୍ଡ ଗେବ୍ରିଏଲା ଏବେ ଗର୍ଭବତୀ । ଯାହାର ଫଟୋ ନିଜେ ମା’ ବନିବାକୁ ଯାଉଥିବା ଗେବ୍ରିଏଲା ନିଜ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ସେୟାର କରିଛନ୍ତି । ଫଟୋରେ ଅର୍ଜୁନ ଗେବ୍ରିଏଲାଙ୍କ ମଥାକୁ ଚୁମ୍ବନ କରୁଥିବାର ଦେଖା ଯାଉଛି । ଖାଲି ଏତିକି ନୁହେଁ ଫଟୋରେ ଗେବ୍ରିଏଲା ଗର୍ଭବତୀ ଥିବା ଦେଖିବାକୁ ମିଳିିଛି । ଗେବ୍ରିଏଲା ଏ ଫଟୋକୁ ସେୟାର କରିବା ପରେ ଅର୍ଜୁନ ଏହି ଫଟୋକୁ ଆଉଥରେ ସେୟାର କରିଛନ୍ତି । ଗେବ୍ରିଏଲା ଫଟୋକୁ ସେୟାର କରି ଲେଖିଛନ୍ତି ‘ଫିରସେ ଏକ୍‌ ନୈ ଶୁରୁଆତ, ବେବୀ … ଇସ୍‌ ବେବୀ କେ ଲିଏ ଶୁକ୍ରିୟା ।’ ଗେବ୍ରିଏଲା ଜଣେ ସାଉଥ୍‌ ଆଫ୍ରିକାନ୍‌ ମଡ଼େଲ ଓ ଅଭିନେତ୍ରୀ । ଗତ ବର୍ଷ ସେ ଏଫ୍‌ଏଚ୍‌ଏମ୍‌ର ୧୦୦ଜଣ ସୁନ୍ଦରୀ ମହିଳାଙ୍କ ଲିଷ୍ଟରେ ସାମିଲ ଥିଲେ ଗେବ୍ରିଏଲା । ଗେବ୍ରିଏଲା ମଲୟାଲମ୍‌ ଫିଲ୍ମ ‘ରେଡ୍‌ ୱାଇନ୍‌’ର ପ୍ରୋମୋ ସଙ୍ଗ୍‌ରେ କାମ କରିଛନ୍ତି। ଆଦିତ୍ୟ ନାରାୟଣଙ୍କ ମୁ୍ୟଜିକ୍‌ ଭିଡିଓରେ ମଧ୍ୟ ଗେବ୍ରିଏଲା ନଜର ଆସିଥିଲେ । ୨୦୧୫ରେ ସେ ତାମିଲ ଫିଲ୍ମ ‘ଉପିରି’ରୁ ନିଜର ଫିଲ୍ମି କ୍ୟାରିୟର ଆରମ୍ଭ କରିଥିଲେ । ଅର୍ଜୁନ ପ୍ରଥମ ପନିୀଙ୍କ ତରଫରୁ ଦୁଇ କନ୍ୟା ମାୟରା ଓ ମାହିକାଙ୍କ ବାପା ବନିଥିବାବେଳେ ଏବେ ତୃତୀୟ ସନ୍ତାନର ଜନକ ହେବାକୁ ଯାଉଛନ୍ତି ।

Leave A Reply

Your email address will not be published.