ବଲିଉଡ଼ କଳାକାରମାନଙ୍କ ଫ୍ୟାନ୍ ଲିଷ୍ଟ ହିସାବ କଲେ ବୋଧ ହୁଏ ସରିବନି । ଏଭଳି ଅନେକ ଫ୍ୟାନ୍ ଅଛନ୍ତି ଯିଏ ତାଙ୍କ ପ୍ରିୟର କଳାକାରଙ୍କ ପାଇଁ କିଛି ବି କରିପାରନ୍ତି । କେତେବେଳେ ଅମିତାଭ୍ ବଚ୍ଚନ୍ଙ୍କ ଫଟୋକୁ ପୂଜା କରନ୍ତି ତ କେତେବେଳେ ସେଲିବ୍ରିଟିଙ୍କ ନାମର ଟାଟୁ ଶରୀରରେ ଆଙ୍କୁଛନ୍ତି । କି;ୁ ଫଟୋରେ ଦେଖୁଥିବା ଫ୍ୟାନ୍ ଜଣକ ଅନ୍ୟମାନଙ୍କ ଠାରୁ ଟିକେ ଭିନ୍ନ। ସେ ନିଜର ପ୍ରିୟ ସେଲିବ୍ରେଟିଙ୍କ ପାଇଁ ଖୋଲିଛନ୍ତି ଏକ ରେଷ୍ଟୁରାଣ୍ଟ । ଆଜ୍ଞା ହଁ, ବଲିଉଡ୍ର ହୱା ହୱାଇ ଅଭିନେତ୍ରୀ ଶ୍ରୀଦେବୀଙ୍କର ଜଣେ ବହୁତ ବଡ ଫ୍ୟାନ୍ ଅଛନ୍ତି ଚେନ୍ନାଇରେ । ଚେନ୍ନାଇରେ ସେ ଶ୍ରୀଦେବୀଙ୍କ ନାମରେ ନିର୍ମାଣ କରିଛନ୍ତି ଏକ ରେଷ୍ଟୁରାଣ୍ଟ, ଯାହାର ମେନୁ୍ୟରେ ରହିଥିବା ପ୍ରତିଟି ଡିସ୍ ଶ୍ରୀଦେବୀଙ୍କ ଫିଲ୍ମର ନାମାନୁସାରେ ହିଁ ରହିଛିଚ। ଏହି ରେଷ୍ଟୁରାଣ୍ଟରେ ପାଖାପାଖି ୧୦୦ରୁ ଅଧିକ ଖାଦ୍ୟ ରହିଛି । ଉକ୍ତ ମାଲିକଙ୍କର କହିବାନୁସାରେ ସେ ଶ୍ରୀଦେବୀଙ୍କ ଫିଲ୍ମକୁ ନେଇ ପ୍ରଭାବିତ ହୋଇ ଏପରି କରିଛନ୍ତି । କେବଳ ସେତିକି ନୁହେଁ, ରେଷ୍ଟୁରାଣ୍ଟର ଚାରି ଆଡେ ସେ ଶ୍ରୀଦେବୀଙ୍କର ବଡ଼ ବଡ଼ ପୋଷ୍ଟର ମଧ୍ୟ ଲଗାଇଛନ୍ତି ।