ଜରିନ୍‌ଙ୍କ ବେଳା ଖରାପ

0

ଗୋଆ, ୧୩/୧୨ : ବଲିଉଡ ଅଭିନେତ୍ରୀ ଜରିନ୍‌ ଖାନଙ୍କ କାର୍‌ ସହ ଧMା ହୋଇ ଜଣେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ଘଟିଛ । ଦୁର୍ଘଟଣାଟି ଗୋଆରେ ଘଟିଥିବା ସୂଚନା ମିଳିଛି । ଜରୀନଙ୍କ କାର୍‌ ଗୋଟିଏ ସ୍ଥାନରେ ଠିଆ ହୋଇଥିବା ବେଳେ ଜଣେ ବାଇକ୍‌ ଆରୋହୀ ହଠାତ୍‌ ଆସି ତାଙ୍କ କାରକୁ ଧMା ଦେଇଥିଲେ । କାର୍‌ ସହ ବାଇକ୍‌ ଧMା ହେବା ପରେ ବାଇକ୍‌ ଆରୋହୀ ଜଣକ ରାସ୍ତାର ଡିଭାଇଡରରେ ପିଟି ହୋଇଥିଲେ । ତେବେ ବାଇକ୍‌ ଆରୋହୀ ଜଣକ ହେଲମେଟ ପିନ୍ଧି ନଥିବା ସୂଚନା ମିଳିଛି । ଜରିନ୍‌ ଏବଂ ତାଙ୍କ ଟିମ ସଙ୍ଗେ ସଙ୍ଗେ ସମ୍ପୃକ୍ତ ବାଇକ୍‌ ଆରୋହୀଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରିଥିଲେ । କି;ୁ ଡାକ୍ତରମାନେ ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ଜରିନ୍‌ ଖାନ ପୂର୍ବରୁ ଏକ ମାମଲାକୁ ନେଇ ଚିନ୍ତିତ ଥିବା ବେଳେ ଏହି ଘଟଣା ତାଙ୍କୁ ଖୁବ୍‌ ଦୁଃଖିତ କରିଛି । ଜରିନ୍‌ ଖାନ ତାଙ୍କ ପୂର୍ବ ମ୍ୟାନେଜରଙ୍କ ବିରୁଦ୍ଧରେ ଖରାପ ବ୍ୟବହାର କରିଥିବା ଅଭିଯୋଗରେ ଏଫଆଇଆର ଦାଖଲ କରିଛନ୍ତି । ତେବେ ବର୍ତ୍ତମାନ ସୁଦ୍ଧା ଏହି ଘଟଣାକୁ ନେଇ ଜରିନ୍‌ କୌଣସି ବୟାନ ଦେଇନାହାନ୍ତି ।

Leave A Reply

Your email address will not be published.