ଜଲ୍‌ କି ରାନୀ ସନ୍ନି

0

ନିଜର ଏକ ନୂଆ ଗୀତ ଓ ନୂଆ ଲୁକ୍‌କୁ ନେଇ ସନ୍ନି ଲିଓନ ଫେରିଛନ୍ତି ବଲିଉଡ୍‌ ଇଣ୍ଡଷ୍ଟ୍ରିକୁ । ଆସନ୍ତା ଫେବୃଆରୀ ୮ ତାରିଖରେ ସନ୍ନିଙ୍କ ଫିଲ୍ମ ‘ଝୁଠା କହିଁ କା’ ରିଲିଜ ହେବାକୁ ଯାଉଛି । ଏହି ଫିଲ୍ମରେ ସନିଙ୍କ ଉପରେ ଏକ ଗୀତ ତିଆରି କରାଯାଇଛି। ଯେଉଁଥିରେ ସନ୍ନ ସାଜିଛନ୍ତି ମତ୍ସ୍ୟ କନ୍ୟା । ଏହି ଗୀତରେ ସନ୍ନିି ଓ ୟୋ ୟୋ ହନୀ ସିଂହ ଏକାଠି କାମ କରିଛନ୍ତିି । ଏହା ପୂର୍ବରୁ ଦୁହେଁଫିଲ୍ମ ରାଗିଣୀ ଏମ୍‌ଏମ୍‌ଏସ୍‌୨-ରେ ଦେଖାଯାଇଥିଲେ । ସେମାନଙ୍କ ଦ୍ୱାରା ତିଆରି ହୋଇଥିବା ଗୀତ ‘ଚାର ବୋଟଲ୍‌ ଭୋଡ୍‌କା’ ବର୍ତ୍ତମାନ ପର୍ଯ୍ୟନ୍ତ ଦର୍ଶକଙ୍କ ଫେଭରାଇଟ୍‌ ହୋଇରହିଛି । ସେହିପରି ବର୍ତ୍ତମାନ ଦୁହେଁ ଗୀତ ‘ମଛଲି ଜଲ୍‌ କି ରାନୀ ହୈ’କୁ ନେଇ ମନରେ ସମାନ ଆଶା ପୋଷଣ କରିଛନ୍ତି। ଏହି ନୂଆ ଗୀତର ସୁଟିଂ ଥାଇଲ୍ୟାଣ୍ଡରେ କରାଯାଉଛି । ସନ୍ନି ପୂର୍ବରୁ ଏଭଳି ଚରିତ୍ର କରିନଥିବାବେଳେ ଗୀତଟି ରିଲିଜ ହେବାପରେ ଦର୍ଶକଙ୍କୁ ବେଶ୍‌ ପସନ୍ଦ ଆସିବ ବୋଲି କହିଛନ୍ତି । ଫିଲ୍ମ ‘ଝୁଠା କହିଁ କା’ର ନିର୍ଦ୍ଦେଶନା ସ୍ମିପ୍‌ କଙ୍ଗ୍‌ ଦେଇଥିବାବେଳେ ଫିଲ୍ମରେ ସନ୍ନିଙ୍କ ସହ ଜିମୀ ଶେରଗିଲ୍‌ ପରଦାରେ ଦେଖା ହେବେ ।

Leave A Reply

Your email address will not be published.