ଜାନୁଆରୀ ପହିଲାରୁ ରାତିରେ ମିଳିବ ୫ ଟଙ୍କିଆ ଆହାର ଭୋଜନ

0

ଭୁବନେଶ୍ଵର,୬/୧୨ : ନୂଆବର୍ଷରୁ ରାଜ୍ୟ ସରକାର ଗରିବ ଲୋକଙ୍କ ପାଇଁ ଆହାରା କେନ୍ଦ୍ରରେ ରାତ୍ରି ଭୋଜନ ପାଇଁ ଯୋଜନା ପ୍ରଣୟନ କରୁଛନ୍ତି। ଏଣିକି ଜାନୁଆରୀ ପହିଲାରୁ ଆହାର କେନ୍ଦ୍ରରେ ମିଳିବ ରାତ୍ରି ଭୋଜନ।

ସୂଚନା ମୁତାବକ ରାଜ୍ୟର ୫୪ଟି ମେଡିକାଲ ପରିସରରେ ଥିବା ଆହାର କେନ୍ଦ୍ରରେ ଏଣିକି ମିଳିବ ଆହାର। ଜାନୁଆରୀ ୨୬ରୁ ବାକି ଥିବା ସମସ୍ତ ଆହାର କେନ୍ଦ୍ରରେ ରାତ୍ରି ଭୋଜନ ଲାଗୁ ହେବ। ଏହି ରାତ୍ରି ଭୋଜନ ବ୍ୟବସ୍ଥା ଲାଗୁ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ ଆହାର କେନ୍ଦ୍ରରେ ଗରିବ ଲୋକଙ୍କୁ ଦିନ ବେଳେ ୫ ଟଙ୍କାରେ ଭୋଜନ ମିଳୁଛି। ଏବେ ଆହାର ସହାୟତା ପାଇଁ ସାଧାରଣ ଲୋକ ଦାନ ଦେଇ ପାରିବେ। ପ୍ରିୟଜନଙ୍କ ଜନ୍ମ ଦିବସ, ବିବାହ ବାର୍ଷିକୀ ଆଦିରେ ଦାନ ଦେଇ ପାରିବେ ବୋଲି ସରକାରୀ ସୂତ୍ରରୁ ପ୍ରକାଶ। ଏହି ଦାନ ସବୁ ଅନଲାଇନଗରେ ଗ୍ରହଣ କରାଯିବ। ଏଥପାଇଁ ଶତପ୍ରତିଶତ ଆୟକର ରିହାତି ମିଳିବ।

ଆହାର ଯୋଜନାରେ ରାଜ୍ୟ ସରକାର ଦିନ ବେଳେ ଗରିବ ଲୋକଙ୍କୁ ୫ ଟଙ୍କାରେ ଭୋଜନ ଯୋଗାଇ ଆସୁଛନ୍ତି। ଏହି ଆହାର ଯୋଜନାକୁ ମୁଖ୍ୟମନ୍ତ୍ରୀ ୨୦୧୫ ଏପ୍ରିଲ ୧ରେ ଶୁଭାରମ୍ଭ କରିଥିଲେ। ଏବେ ରାଜ୍ୟର ୩୦ଟି ଜିଲ୍ଲାର ୭୦ ସହରର ୧୧୦ କେନ୍ଦ୍ରରେ ଆହାର ଜରିଆରେ ଭୋଜନା ଯୋଗାଇ ଦିଆଯାଉଛି।

Leave A Reply

Your email address will not be published.