ଜାନୁୟାରୀ ୨ ପର୍ଯ୍ୟନ୍ତ ଲଟକିଲା ତିନି ତଲାକ୍‌: ବିରୋଧୀଙ୍କ ହଙ୍ଗାମାରେ ଘାଇଲା ଶାସକ ଦଳ

0

ନୂଆଦିଲ୍ଲୀ,୩୧/୧୨: ତିନି ତଲାକ୍‌ ବିଲ୍‌ ରାଜ୍ୟ ସଭାରେ ଉପସ୍ଥାପନ ହୋଇ ନ ପାରି ପୁଣି ଲଟକି ଯାଇଛି । ବିରୋଧୀଙ୍କ ହଙ୍ଗାମା ଯୋଗୁ ଶାସକ ଦଳ ଦିନ ତମାମ୍‌ ଘାଇଲା ହେବା ପରେ ଗୃହର ସାଧାରଣ କାର୍ଯ୍ୟକୁ ଜାନୁୟାରୀ ୨ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ଏନେଇ ଶାସକ ଏବଂ ବିରୋଧୀଙ୍କ ମଧ୍ୟରେ ଛକାପଞ୍ଝା ଆରମ୍ଭ ହୋଇଛି । ବିରୋଧୀ ବିଲ୍‌କୁ ସିଲେକ୍ଟ କମିଟିକୁ ପଠାଇବା ପାଇଁ ଦାବୀ କରିଥିଲେ । ପ୍ରବଳ ହଟ୍ଟଗୋଳ ମଧ୍ୟରେ ଗୃହର ସାଧାରଣ କାର୍ଯ୍ୟ ଅଚଳ ହୋଇ ପଡ଼ିଥିଲା । ଏହି ବିଲ୍‌ ଶାସକ ଦଳ ପାଇଁ ବିଶେଷ ଗୁରୁତ୍ୱ ବହନ କରୁଥିବାବେଳେ ବିରୋଧୀ ଏନେଇ ପ୍ରସ୍ତୁତ କରିଛନ୍ତି ସ୍ବତନ୍ତ୍ର ରଣନୀତି ।

Leave A Reply

Your email address will not be published.