ଜାମ୍ମୁ କାଶ୍ମୀର ସେନାରେ ସାମିଲ ହେଲେ ୫୭୫ ଜଣ ଯୁବକ

ନୂଆଦିଲ୍ଲୀ,୩୧/୮ :ଜାମ୍ମୁ କାଶ୍ମୀରରେ ଶସ୍ତ୍ର ଉଠାଉଥିବା ସେନା ଉପରେ ପଥର ଫିଙ୍ଗୁଥିବା ଲୋକଙ୍କୁ ସେଠାର ଯୁବକମାନେ କଡା ଜବାବ ଦେଇଛନ୍ତି । ୫୭୫ ପରିବାର ପାଇଁ ଶନିବାର ଦିନ ଖୁସୀର ଦିନ । ଏଠାରେ ୫୭୫ ଜଣ ଯୁବକ ଜାମ୍ମୁ କାଶ୍ମୀରର ଲାଇଟ ଇନଫେଣ୍ଟ୍ରୀରେ ସାମିଲ ହୋଇଛନ୍ତି । ଶନିବାର ଦିନ ହୋଇଥିବା ପାସିଂ ଆଉଟ ପରେଡ ପରେ ଏହି ସମସ୍ତ ଯୁବକ ଭାରତୀୟ ସେନାର ସଦସ୍ୟ ହୋଇଛନ୍ତି ।

ଜାମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ପାକିସ୍ତାନ ବିଚଳିତ ହୋଇ ଉଠିଛି । ଘାଟିରେ ମୁସଲମାନଙ୍କୁ ମିଛ କହି ମାହୋଲ ଖରାପ କରିବାକୁ ଚେଷ୍ଠା କରୁଥିବା ପାକିସ୍ତାନ ଏହାକୁ ହଜମ କରି ପାରୁ ନଥିବ । ଗୋଟିଏ ପଟେ ପାକିସ୍ତାନ ପିଏମ ଇମ୍ରାନ ଖାନ ଘାଟିର ମୁସଲମାନଙ୍କ କଥା କହି ଦୁନିଆକୁ ଭ୍ରମିତ କରୁଥିବା ବେଳେ ଅନ୍ୟପଟେ ଏହି ଖବର ପାକିସ୍ତାନକୁ ଆଇନା ଦେଖାଉଛି ।

ଧାରା ୩୭୦ ଉଚ୍ଛେଦ ହେବ ପରେ ଧିରେ ଧିରେ ଜାମ୍ମୁ କାଶ୍ମୀର ସ୍ଥିତି ସାମାନ୍ୟ ହେବାରେ ଲାଗିଛି । ରାଜ୍ୟର ଜାରି ରହିଥିବା ବିଭିନ୍ନ କଟକଣା ପାଇଁ ସେଠାକାର ଲୋକଙ୍କୁ ଅସୁବିଧାର ସମ୍ମୁଖୀନ ହେଉଥିଲେ, କିନ୍ତୁ ଧିରେ-ଧିରେ କଟକଣାକୁ କୋହଳ କରାଯିବା ପରେ ଜନଜୀବନ ସ୍ୱାଭାବିକ ହେବାରେ ଲାଗିଛି । ଏହାରି ମଧ୍ୟରେ ଉପତ୍ୟକାର ଯୁବକମାନେ ଦେଶ ପାଇଁ ନିଜର କର୍ତ୍ତବ୍ୟ ପାଳନ କରିବା ପାଇଁ ସେନାରେ ଯୋଗ ଦେଇଛନ୍ତି ।

ଶନିବାର ଦିନ ପିଓପି ଅବସରରେ ସମସ୍ତ ନୂତନ ଯବାନଙ୍କ ପରିଜନ ଉପସ୍ଥିତ ଥିଲେ । ଶ୍ରୀନଗରରେ ବାସ କରୁଥିବା ୱାସୀମ ଅହମଦ ମୀର ଜାମ୍ମୁ କାଶ୍ମୀର ଲାଇଟ ଇନଫେଣ୍ଟ୍ରୀରେ ସାମିଲ ହୋଇଛନ୍ତି, ୱାସୀମଙ୍କ ବାପା ମଧ୍ୟ ସେନାରେ ଥିଲେ ଏବଂ ତାଙ୍କ ୟୁନିଫର୍ମରୁ ପ୍ରେରିତ ହୋଇ ମୀର ସେନାରେ ସାମିଲ ହେବା ନେଇ ନିଷ୍ପତି ନେଇଥିଲେ ।

ପିଓପି ପରେ ସେନାରେ ସାମିଲ ହୋଇଥିବା ମୀର ବହୁତ ଖୁସୀ ଥିବା କହିଛନ୍ତି । ସେ କହିଛନ୍ତି ତାଙ୍କ ବାପା-ମା’ ତାଙ୍କୁ ନେଇ ଗର୍ବିତ । ମୀର କହିଛନ୍ତି, ଆମକୁ ସେନାରେ ଶାରୀରିକ ଏବଂ ମାନସିକ ସ୍ତରରେ ବହୁତ କିଛି ଶିଖିବାକୁ ମିଳୁଛି । ମୋର ବାପା ମଧ୍ୟ ସେନାରେ ଥିଲେ, ତାଙ୍କ ବର୍ଦି ମୋତେ ସେନାରେ ସାମିଲ ହେବା ପାଇଁ ପ୍ରେରିତ କରିଥିଲା ।