ଜାହ୍ନବୀଙ୍କ ପୂରଣ ହେଲା ଇଚ୍ଛା

0

ବଲିଉଡ୍‌ ମୁଭି ‘ଧଡକ୍‌’ର ନାୟିକା ଜାହ୍ନବୀ ଏବେ ଲାଇମ୍‌ ଲାଇଟ୍‌ରେ ରହିବାରେ ଲାଗିଛନ୍ତି । ‘ଧଡକ୍‌’ରେ ତାଙ୍କର ଅଭିନୟକୁ ନେଇ ସେ ଅନେକ ପ୍ରଶଂସା ସାଉଁଟିଛନ୍ତି ସିନେପ୍ରମୀଙ୍କଠାରୁ । ପ୍ରଥମ ଫିଲ୍ମରୁ ର୍ହି ଜାହ୍ନବୀ ସଫଳତାର ସ୍ୱାଦ ଚାଖିଛନ୍ତି । ତାଙ୍କ ପାଇଁ ଏହା ଗୋଟିଏ ଦୁଃଖର ପରିସ୍ଥିତି ଯେ ତାଙ୍କର ଏ ସଫଳତା ଖୁସିରେ ମା’ ଶ୍ରୀଦେବୀ ସେଥରେ ସାମିଲ ହୋଇପାରି ନଥିଲେ । କିନ୍ତୁ ଏବେ ଜାହ୍ନବୀ ଓ ତାଙ୍‌ କଫ୍ୟାନ୍ସମାନଙ୍କ ପାଇଁ ଆଉ ଏକ ଖୁସି ଖବର । କାରଣ ଖଉବ୍‌ ଶୀଘ୍ର ଜାହ୍ନବୀ କାମ କରିବାକୁ ଯଉଛନ୍ତି ତାଙ୍କ ପ୍ରିୟ ଆକଫର ରାଜ୍‌କୁମାର ରାଓଙ୍କ ସହ । ଅନେକ ଇଣ୍ଟରଭୁ୍ୟରେ ଜାହ୍ନବୀ କହିଛନ୍ତି ଯେ ଜାତୀୟ ପୁରଷ୍କା ବିଜେତା ରାଜକୁମାରଙ୍କ ସହ କାମ କରିବାକୁ ସେ ଚାହାନ୍ତି । ଜାହ୍ନବୀ ଇନ୍‌ଷଫାଗ୍ରାମରେ ତାଙ୍‌ୁକ ଫଲୋ କରନ୍ତି ବୋଲି ସ୍ୱୀକାର କରିଛନ୍ତି । ତେବେ ଏଦୁହେଁ ଯେଉଁ ଫିଲ୍ମରେ ଏକାଠି କାମ କରିବାକୁ ଯାଉଛନ୍ତି ସେ ଫିଲ୍ମର ନାଁ’ ହେଉଛି ‘ରୁହ୍‌ ଆଫଜା’ । ଫିଲ୍ମ ନିର୍ମାତା ମୃଗଦୀପ କହିଛନ୍ତି ଯେ ସେ ବହୁ ଦିନରୁ ରାଜକୁମାର ଓ ବରୁଣ ଧୱନଙ୍କ ସହ କାମ କରିବାକୁ ଚାହୁଁଥିଲେ । ଗୁଡାଏ ଦିନ ପରେ ସେ ରାଜକୁମାରଙ୍କ ସହ କାମ କରିବାର ସୁଯୋଗ ପାଇଛନ୍ତି । ରାଜକୁମାରଙ୍କ ସହ ଜାହ୍ନବୀଙ୍କ ଭଲ କେମିଷ୍ଟ୍ରୀ ଜମିବ ବୋଲି ମଧ୍ୟ ମୃଗଦୀପ କହିଛନ୍ତି । ସେପଟେ ଫିଲ୍ମର ନିର୍ଦ୍ଦେଶନା ଦେବାକୁ ଯାଉଛନ୍ତି ହାର୍ଦିକ ମେହେତା । ଏହା ଏକ କମେଡି ଫିଲ୍ମ ଅଟେ ଯାହାର ଶୁଟିଂ ଆସନ୍ତା ମାସ ଜୁନ୍‌ରୁ ଆରମ୍ଭ କରାଯିବ ।

Leave A Reply

Your email address will not be published.