ଜୁଲାଇ ୮ରୁ ମାଟ୍ରିକ୍‌ ସପ୍ଲିମେଣ୍ଟାରୀ ପରୀକ୍ଷା

0

ଭୁବନେଶ୍ୱର,୧୩/୬: ଆସନ୍ତା ଜୁଲାଇ ୮ ତାରିଖରୁ ମାଟ୍ରିକ୍‌ ସପ୍ଲିମେଣ୍ଟାରୀ ପରୀକ୍ଷା ଆରମ୍ଭ ହେବ। ଏହା ୧୪ ତାରିଖରେ ଶେଷ ହେବ। ମାତ୍ର ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ୧୬ ତାରିଖ ଯାଏଁ ଚାଲିବ। ସକାଳ ୯ଟାରୁ ପୂର୍ବାହ୍ନ ୧୧.୩୦ ପର୍ଯ୍ୟନ୍ତ ପରୀକ୍ଷା ଚାଲିବ ବୋଲି ମାଧ୍ୟମିକ ଶିକ୍ଷା ବୋର୍ଡ ସମ୍ପାଦକ ରାମଶିଷ ହାଜରା ସୂଚନା ଦେଇଛନ୍ତି।

ଏହି ପରୀକ୍ଷା ଲାଗି ଫର୍ମ ପୂରଣ ଶେଷ ହୋଇନାହିଁ। ତେଣୁ କେତେ ପରୀକ୍ଷାର୍ଥୀ ପରୀକ୍ଷା ଦେଉଛନ୍ତି ସ୍ପଷ୍ଟ ହୋଇପାରି ନାହିଁ। ପରୀକ୍ଷାକୁ ତ୍ୱରାନ୍ବିତ କରାଯାଉଛି। ଫଳରେ ଛାତ୍ରୀଛାତ୍ରଙ୍କର ଗୋଟିଏ ବର୍ଷ ନଷ୍ଟ ହେବ ନାହିଁ। ଠିକ୍‌ ସମୟରେ ପରୀକ୍ଷାଫଳ ବାହାରିବା ସହ ସେମାନେ ନୂଆ ପାଠ୍ୟକ୍ରମରେ ନାମ ଲେଖାଇପାରିବେ।

Leave A Reply

Your email address will not be published.