ଡାକ୍ତରଙ୍କ ମତରେ ଛୋଟ ପିଲା ମାନେ ସ୍ମାର୍ଟଫୋନର ବ୍ୟବହାର କମ୍ କରିବା ଉଚିତ । ଛୋଟ ପିଲାମାନେ ମୁଖ୍ୟତଃ ବହୁ ପରିମାଣର ମୋବାଇଲ ରେ ଗେମ୍ ଖେଳିବା ସହ ଭିଡିଓ ଦେଖିଥାନ୍ତି । ଧୀରେ ଧୀରେ ଏହା ଏକ ନିଶାରେ ପରିବର୍ତ୍ତିତ ହୋଇଯାଏ । ସେଥିପାଇଁ ଛୋଟ ପିଲାମାନଙ୍କୁ ମୋବାଇଲ ଠାରୁ ଦୂରରେ ରଖାଯାଇଥାଏ । ଜଣେ ବୟସ୍କ ବ୍ୟକ୍ତି ଏହି ନିଶାର ବଶବର୍ତ୍ତୀ ହୋଇଛନ୍ତି । ତାଇବାନର ରାଜଧାନୀ ତାଇପେ ଜଣେ ପ୍ରାପ୍ତବୟସ୍କ ବ୍ୟକ୍ତିଙ୍କ ନାମ ହେଲା ଚେନେ ସେନେ ୟୁଆନ । ସେ ଯେତେବେଳେ ଘରୁ ବାହାରକୁ ଯାଆନ୍ତିି, ସାଥିରେ ୧୧ଟି ସ୍ମାର୍ଟଫୋନ୍ ନେଇଯାଇଥାନ୍ତି ଓ ତା’ ସହ ଫୋନ ଚାର୍ଜର ମଧ୍ୟ ନିଅନ୍ତି। ସେ ଏହିସବୁ ଫୋନରେ ପୋକେମୋନ ଗୋ ନାମକ ଗୋଟିଏ ଭିଡ଼ିଓଗେମ୍ ଖେଳିଥାନ୍ତି । ୟୁଆନ କୁହନ୍ତି ଯେ ପାଖାପାଖି ଦୁଇ ବର୍ଷ ପୂର୍ବେ ଏହି ଗେମ୍ ଖେଳିବା ଶିଖିଥିଲେ । ଏହି ଗେମ୍ ଖେଳିବା ପାଇଁ ୟୁ୍ୱଆନଙ୍କୁ ପାଖାପାଖି ୧୧୬୫ ୟୁରୋ ଅର୍ଥାତ୍ ୯୨ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡୁଥିଲା । କେବଳ ସେତିକି ନୁହେଁ ସେ ୧୧ଟି ଫୋନ ବଦଳରେ ଏକାକାଳୀନ ୧୫ଟି ଫୋନ ବ୍ୟବହାର କରିବା କଥା ମଧ୍ୟ କହିଛନ୍ତି ।