ଜେଲ୍‌ରେ ନୂଆବର୍ଷ ପାଳିବେ ସଜ୍ଜନ

0

ନୂଆଦିଲ୍ଲୀ, ୨୧/୧୨ : ୧୯୮୪ ଶିଖ୍‌ ଦଙ୍ଗାରେ ଦୋଷୀ ସାବ୍ୟସ୍ତ ହୋଇଥିବା ସଜ୍ଜନ କୁମାରଙ୍କ ତରଫରୁ ବିଳମ୍ବରେ ଆତ୍ମସମପର୍ଣ କରିବା ପାଇଁ କରାଯାଇଥିବା ଆବେଦନକୁ ଦିଲ୍ଲୀ ହାଇକୋର୍ଟ ଖାରଜ କରିଛନ୍ତି । ନିଜ ଆତ୍ମସମର୍ପଣର ଅବଧି ଜାନୁଆରି ୩୧ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ସେ ଦିଲ୍ଲୀ ହାଇ କୋର୍ଟରେ ଆବେଦନ କରିଥିଲେ । ତେବେ ବର୍ତ୍ତମାନ ତାଙ୍କୁ ଡିସେମ୍ବର ୩୧ ସୁଦ୍ଧା ଆତ୍ମସମର୍ପଣ କରିବାକୁ ପଡିବ ବୋଲି କୋର୍ଟ ନିଦ୍ଦେଶ ଦେଇଛନ୍ତି ।
୧୭ ଡିସେମ୍ବରରେ ଦିଲ୍ଲୀ ହାଇକୋର୍ଟ ସଜ୍ଜନ କୁମାରଙ୍କୁ ଶିଖ୍‌ ଦଙ୍ଗା ସହ ଜଡିତ ଏକ ମାମଲାରେ ଆଜୀବନ କାରାଦଣ୍ଡାଦେଶ ସୁଣାଇଥିଲେ । ଏହା ସହିତ କୋର୍ଟ ତାଙ୍କୁ ୩୧ ଡିସେମ୍ବର ପୂର୍ବରୁ ଆତ୍ମସମର୍ପଣ କରିବାକୁ କହିଥିଲେ । ଗୁରୁବାର ସେ ଆତ୍ମସମର୍ପଣର ଅବଧି ଜାନୁଆରୀ ୩୧ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ଆବେଦନ କରି କହିଥିଲେ କି, ମୋ ଉପରେ ପରିବାର, ସନ୍ତାନ ଏବଂ ସମ୍ପତ୍ତି ସହ ଜଡିତ ଅନେକ ଦାୟୀତ୍ୱ ରହିଛି । ଯାହାକୁ ପୁରଣ କରିବାକୁ ମାସେ ସମୟ ଲାଗିବ । ଆବେଦନରେ ସଜ୍ଜନ ଏହା ମଧ୍ୟ କହିଥିଲେ କି, ତାଙ୍କ ସମ୍ପର୍କୀୟ ଏବଂ ବନ୍ଧୁଙ୍କ ସହ ଭେଟିବାକୁ ମଧ୍ୟ ସମୟ ଲାଗିବ । ସୂଚନାଯୋଗ୍ୟ ୧୯୮୪ ନଭେମ୍ବର ୧ ଏବଂ ୨ ତାରିଖ ମଧ୍ୟରେ ଦିଲ୍ଲୀର ପାଲମ କଲୋନୀ ରାଜନଗର ପାର୍ଟ-୧ ରେ ୫ ଶିଖଙ୍କୁ ହତ୍ୟା ଏବଂ ପାର୍ଟ-୨ ରେ ଗୋଟିଏ ଗୁରୁଦ୍ୱାରରେ ଅଗ୍ନୀକାଣ୍ଡ ଘଟାଇଥିବା ମାମଲାରେ ଗତ ୧୭ ଡିସେମ୍ବରରେ ଦିଲ୍ଲୀ ହାଇକୋର୍ଟ ତାଙ୍କୁ ଆଜିବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ ।

Leave A Reply

Your email address will not be published.