ଜେଲ୍‌ରେ ସଂସାର

0

ଜେଲ ଶବ୍ଦ ଶୁଣିଲା ମାତ୍ରେ ମନରେ କେମିତି ଏକ ଭାବନା ଜାତ ହୁଏ । ସାଧାରଣ ଜୀବନର ସୁଖ ସୁବିଧାକୁ ଛାଡ଼ି ଏକ ଅଭିଶପ୍ତ ଜୀବନ ଜିଇଁବାର ଏକ ସ୍ଥାନ ହେଉଛି ଜେଲର ଚାରିକାନ୍ଥ । କି;ୁ ବିଶ୍ୱରେ ଏମିତି ଏକ ଜେଲ ଅଛି ଯେଉଁଠି କଏଦୀ ନିଜର ପରିବାର ସହ ଏକାଠି ରହିବାର ସୁଯୋଗ ପାଉଛନ୍ତି । ସ୍ପେନର ରାଜଧାନୀ ମାଦ୍ରିଦ୍‌ ଠାରୁ ୪୦ କି.ମି ଦୂରରେ ଥିବା ଆରାଂଜୁଏଜ୍‌ ଜେଲରେ ଏପରି ଅଜବ ବ୍ୟବସ୍ଥା ରହିଛି । ଏହି ଜେଲରେ ୩୬ଟି ପରିବାର ରହିବା ପାଇଁ ସେଲ୍‌ ତିଆରି କରାଯାଇଛି । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଜଣେ ସାଧାରଣରେ ଯେମିତି ସାଂସାରିକ ଜୀବନ ବିତାଏ ସେସବୁ ସୁବିଧା ଏଠାରେ ମିଳୁଛି । ନିଜର ସ୍ତ୍ରୀ-ପିଲାଙ୍କ ସହ ଜଣେ କଏଦୀ ଖୁବ୍‌ ଆରାମରେ ନିଜର ବନ୍ଦୀ ଜୀବନ ବିତାଉଛି । ପିଲାଙ୍କୁ ଧ୍ୟାନରେ ରଖି ଏଠାରେ ଖେଳିବା ଠାରୁ ପାଠପଢ଼ା ଯାଏଁ ସବୁ ପ୍ରକାର ସୁବିଧା ରଖାଯାଇଛି । ଏପରି ଜେଲ୍‌ ତିଆରି କରିବା ପଛର ଉଦ୍ଦେଶ୍ୟ ହେଉଛି ଯଦି ମା-ବାପା ଉଭୟ ଜେଲରେ ବନ୍ଦୀ ଅଛନ୍ତି ତେବେ ସେମାନେ ଚାହିଁଲେ ପିଲାର ଭଲଭାବେ ଦେଖାଶୁଣା କରିପାରିବେ ।

Leave A Reply

Your email address will not be published.