ଜୟପୁର ଯୁବ ସମାବେଶରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା

0

ଜୟପୁର,୫/୨: କୋରାପୁଟ ଜିଲ୍ଲା ଜୟପୁରରେ ବିଜେଡିର ଯୁବ ସମାବେଶ ଆଜି ଆୟୋଜିତ ହୋଇଯାଇଛି। ବିଜୁ ଯୁବ ବାହିନୀ ପକ୍ଷରୁ ଆଞ୍ଚଳିକ ସମାବେଶକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବୋଧିତ କରି କୋରାପୁଟରେ ୨ହଜାର କୋଟି ଟଙ୍କାର ବିଭିନ୍ନ ଜନହିତକାରୀ ପ୍ରକଳ୍ପର ଉଦଘାଟନ କରିଥିବା କଥା ଘୋଷଣା କରିଛନ୍ତି।

ତେଲେଙ୍ଗାରି ଜଳସେଚନ ପ୍ରକଳ୍ପକୁ ମଧ୍ୟ ଆଜି ଲୋକାର୍ପିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଅବସରରେ କେବିକେର ବିକାଶ ସରକାରଙ୍କ ପ୍ରାଥମିକତାରେ ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏଥିସହିତ ଯୋଗାଯୋଗ କ୍ଷେତ୍ରରେ ତିନିଟି ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ଗିରିଲଗୁମା ଦୁଆରାଶୁଣି ନିକଟରେ ପୋଲ ନିର୍ମାଣ ହେବା ସହିତ ନନ୍ଦନପୁର-ଲମତାପୁର ରାସ୍ତା ଉପରେ ଉଚ୍ଚପୋଲ ନିର୍ମାଣ ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।

ସେହିପରି ଆଜି ନବରଙ୍ଗପୁରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୦୯୭ କୋଟି ଟଙ୍କା ବ୍ୟୟରେ ୪ଟି ମେଗା ପାନୀୟ ଜଳ ପ୍ରକଳ୍ପ ସହ ୧୬ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏଥିସହିତ ମୁଖ୍ୟମନ୍ତ୍ରୀ ୧୯ କୋଟି ଟଙ୍କା ବ୍ୟୟରେ ନିର୍ମିତ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ମଧ୍ୟ ଶୁଭ ଉଦଘାଟନ କରିଛନ୍ତି ।

Leave A Reply

Your email address will not be published.