ଚେନ୍ନାଇ,୧୯/୧୨ : ତାମିଲନାଡୁର ପୂର୍ବ ମୁଖ୍ୟମନ୍ତ୍ରୀ ଜେ ଜୟଲଳିତା ୨୦୧୬ ରେ ଦୀର୍ଘ ୭୫ ଦିନ ଧରି ଚେନ୍ନାଇସ୍ଥିତ ଆପୋଲୋ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ତେବେ ଏହି ୭୫ ଦିନର ଚିକିତ୍ସା ଏବଂ ତାଙ୍କ ଖାଦ୍ୟ ବାବଦକୁ ଖର୍ଚ୍ଚ ହୋଇଥିବା ଟଙ୍କାର ତଥ୍ୟ ସାମ୍ନାକୁ ଆସିଛି । ତଥ୍ୟ ଅନୁଯାୟୀ, ୭୫ ଦିନରେ ମୋଟ ୬.୮୫ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ସେଥି ମଧ୍ୟରୁ କେବଳ କଠୋରୀ ଭଡା ୨୪ ଲକ୍ଷରୁ ଅଧିକ ଖର୍ଚ୍ଚ ହୋଇଥିବା ବେଳେ ଭୋଜନ ଏବଂ ଅନ୍ୟାନ୍ୟ ପାନୀୟ ପଦାର୍ଥ ବାବଦକୁ ୧.୧୭ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଜୟଲଳିତାଙ୍କ ମୃତ୍ୟୁ ପରେ ପରିସ୍ଥିତି ଯାଞ୍ଚ କରୁଥିବା ନ୍ୟାୟାଧୀଶ ଏ ଅରୁମୁଧସ୍ୱାମୀ ଆୟୋଗଙ୍କୁ ହସ୍ପିଟାଲ ପକ୍ଷରୁ ଦିଆଯାଇଥିବା ସୂଚନାରୁ ଏହା ଜଣାପଡ଼ିଛି । ଜୟଲଳିତା ନିଜ ମୃତୁ୍ୟ ପୂର୍ବରୁ ୨୨ ସେପେଫମ୍ବର ୨୦୧୬ରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ଏବଂ ଡିସେମ୍ବର ୫, ୨୦୧୬ ରେ ତାଙ୍କର ନିଧନ ହୋଇଥିଲା । ତାଙ୍କ ପାର୍ଟି ଏଆଇଡିଏମକେ ୬ କୋଟି ଟଙ୍କା ବିଲ ଆପୋଲୋ ହସ୍ପିଟାଲକୁ ଦେଇଥିଲା ଏବଂ ଏହା ପୂର୍ବରୁ ୪୧ ଲକ୍ଷ ଟଙ୍କା ମଧ୍ୟ ତାଙ୍କ ପାର୍ଟି ତରଫରୁ ଦିଆଯାଇଥିବା ଦାବି କରାଯାଇଛି । କି;ୁ ହସ୍ପିଟାଲ ବିଲର ତଥ୍ୟ ଅନୁଯାୟୀ, ଏବେ ବି ୪୪.୫୬ ଲକ୍ଷ ଟଙ୍କା ବାକି ଅଛି ।
ହସ୍ପିଟାଲ ଖର୍ଚ୍ଚ
କଂସଲେସନ ଫି- ୭୧ ଲକ୍ଷ
ସ୍ୱାସ୍ଥ୍ୟ ସେବା- ୧.୦୨ କୋଟି
ଔଷଧ- ୩୮ ଲକ୍ଷ
ବ୍ରିଟିସ ଡାକ୍ତର ଫି- ୯୨ ଲକ୍ଷ
ସିଙ୍ଗାପୁରର ଫିଜିଓଥେରାପି- ୧୨ ଲକ୍ଷ
ରୁମ ଭଡା- ୧.୨୪ କୋଟି
Next Post