ଚେନ୍ନାଇ, ୧୦/୧ : ପିଲାଙ୍କୁ ପ୍ଲେ ସ୍କୁଲ ପଠାଇବା ଆଜିକା ଦିନରେ ବଡ ଘରର ଲୋକଙ୍କ ପାଇଁ ଏକ ଫ୍ୟାସନ ହୋଇଗଲାଣି । କିନ୍ତୁ ତାମିଲନାଡୁର ତିରୁନେଲବେଲିର ମହିଳା ଜିଲ୍ଲାପାଳ ନିଜ ସାନ ଝିଅକୁ ଏକ ଅଙ୍ଗନୱାଡି କେନ୍ଦ୍ରରେ ଭର୍ତ୍ତି କରି ଉଦାହରଣ ସୃଷ୍ଟି କରିଛନ୍ତି । ସେ ନିଜ ଝିଅକୁ ଗରିବ ପିଲାଙ୍କ ଗହଣରେ ପାଠ ପଢାଇବାକୁ ନିଷ୍ପତ୍ତି ନେଇଛନ୍ତି ।
୨୦୦୯ ବ୍ୟାଚର ଆଇଏଏସ ଅଧିକାରୀ ଶିଳ୍ପା ପ୍ରଭାକର ସତିଶ ତିରୁନେଲବେଲି ଜିଲ୍ଲାର ପ୍ରଥମ ମହିଳା ଜିଲ୍ଲାପାଳ ଅଟନ୍ତି ଛ ଅଙ୍ଗନୱାଡି ଏକ କେନ୍ଦ୍ର ଶିଶୁ ବିକାଶ କ୍ଷେତ୍ର ଅଟେ ଏବଂ ଏଠାରେ ପିଲାଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖାଯାଇଥାଏ ବୋଲି ସେ କହିଛନ୍ତି । ସେ ଆହୁରି କହିଛନ୍ତି କି, ଆମେ ଚାହିଁଲେ ଅଙ୍ଗନୱାଡିକୁ ପ୍ରତ୍ସାହନ ଦେଇ ତାକୁ ଆହୁରି ଶଶକ୍ତ କରି ପାରିବା । ମୁଁ ଚାହେଁ ମୋ ଝିଅ ସମାଜର ସମସ୍ତ ବର୍ଗଙ୍କ ସହ ମିଶି ପାଠ ପଢୁ ଏବଂ ଖୁବ୍ ଶୀଘ୍ର ତାମିଲ ଭାଷା ଶିଖୁ । ଆମ ଅଙ୍ଗନୱାଡିରେ ସମସ୍ତ ପ୍ରକାରର ସୁବିଧା ସୁଯୋଗ ରହିଛି । ଏହି କେନ୍ଦ୍ରଟି ମୋ ଘର ପାଖରେ ଅବସ୍ଥିତ । ମୋ ଝିଅ ଏଠାରେ ରହି ସମସ୍ତଙ୍କୁ ଦେଖି ପାରିବ ଏବଂ ସମସ୍ତଙ୍କ ସହ ଖେଳିପାରିବ । ତିରୁନେଲବେଲିରେ ହଜାର ସଂଖ୍ୟାରେ ଅଙ୍ଗନୱାଡି କେନ୍ଦ୍ର ରହିଛି ଏବଂ ପ୍ରତ୍ୟକ କେନ୍ଦ୍ରରେ ଜଣେ ଜଣେ ଦକ୍ଷ ଶିକ୍ଷକ ଏବଂ ଶିକ୍ଷୟତ୍ରୀ ରହିଛନ୍ତି, ଯେଉଁମାନେ ପିଲାଙ୍କ ଯନି ଠିକ ଭାବରେ ନିଅନ୍ତି । ସେଠାରେ ଉନ୍ନତ ଭିତ୍ତିଭୂମି ସହ ଖେଳକୁଦ ପାଇଁ ସମସ୍ତ ପ୍ରକାର ସାମଗ୍ରୀ ରହିଛି । ପ୍ରତ୍ୟକ ଜିଲ୍ଲା ଅଙ୍ଗନୱାଡି ଅଧ୍ୟାପକଙ୍କୁ ସ୍ମାର୍ଟ ଫୋନ ଦିଆଯାଇଛି । ଯେଉଁଠାରେ ଏପରି ଏକ ଏପର ସୁବିଧା ଅଛି ଯାହାଦ୍ୱାରା ସେମାନେ ପିଲାଙ୍କ ଉଚ୍ଚତା ଏବଂ ଓଜନ ରେକର୍ଡ କରି ପାରିବେ । ଏହି ଉପାୟରେ ସେମାନେ ପିଲାଙ୍କ ସ୍ୱାସ୍ଥ୍ୟର ରେକର୍ଡ ରଖିଥାନ୍ତି ।