ଝିଅର ପ୍ରେମ ପାଇଁ ବାପାର ଜୀବନ ଗଲା

0

ନୀଳଗିରି, ୨୪/୧୧: ଝିଅ ପାଇଁ ଚାଲିଗଲା ବାପାଙ୍କ ଜୀବନ । ଏପରି ଏକ ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ନୀଳଗିରି ରାଜବରହମପୁର ଗ୍ରାମରେ । ସୂଚନା ମୁତାବକ, ରାଜବରହମପୁର ଗ୍ରାମରେ ରହୁଥିବା ଭାଲୁଆ କବାଟଙ୍କ ଝିଅ ସହ ସ୍ଥାନୀୟ ଅଂଚଳର ଜଗନ୍ନାଥ କବାଟଙ୍କ ପୁଅର ପ୍ରେମ ସମ୍ପର୍କ ଥିଲା । ଏନେଇ ଭାଲୁଆ ଜଗନ୍ନାଥଙ୍କ ପୁଅକୁ ତାଗିଦ କରିଥିଲେ । କିନ୍ତୁ କୌଣସୀ ସମାଧାନ ହୋଇ ନଥିଲା । ଏହା ପରେ ଉଭୟଙ୍କ ମଧ୍ୟରେ ବଚସା ଉଗ୍ର ରୂପ ଧାରଣ କରିଥିଲା । ଏଥିରେ ଉତକ୍ଷିପ୍ତ ହୋଇ ଜଗନ୍ନାଥ ଗତକାଲି ରାତ୍ରରେ ସଂଘବଦ୍ଧ ଭାବେ ଝିଅର ବାପା (ଭାଲୁଆ)କୁ ଆକ୍ରମଣ କରିଥିଲେ । ସେ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଥିଲେ । ଆଜି ଚିକିତ୍ସାଧୀନ ଅବସ୍ଥାରେ ଭାଲୁଆ ପ୍ରାଣ ହରାଇଛନ୍ତି । ପୋଲିସ ଘଟଣାସ୍ଥଳରେ ପହଁଚି ମୃତଦେହକୁ ବ୍ୟବଛେଦ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.