ପ୍ରସ୍ତୁତି ସାମଗ୍ରୀ
୪କପ୍ ଚିକେନ୍ ଷ୍ଟକ୍, ୪ଟି ଟମଟୋ (କଟା), ୧ ଚାମଚ ଟମାଟୋ ସସ୍, ୨ଚାମଚ ସୋୟା ସସ୍, ଲୁଣ ସ୍ୱାଦ ଅନୁଯାୟୀ, ଧନିଆ ପତ୍ର କଟା, ୧ଟା ଅଣ୍ଡା, ପିଆଜ ସଣ୍ଟା କଟା ।
ପ୍ରସ୍ତୁତୀ ପ୍ରଣାଳୀ
ପ୍ୟାନ୍ରେ ଚିକେନ୍ ଷ୍ଟକ୍ ନେଇ ଗରମ କରନ୍ତୁ । ଅନ୍ୟ ସମସ୍ତ ସାମଗ୍ରୀଗୁଡିକୁ ଧୀରେ ଧୀରେ ଷ୍ଟକ୍ରେ ମିଶାନ୍ତୁ ଓ ମଧ୍ୟମ ଆଞ୍ଚରେ ଫୁଟାନ୍ତୁ । ଚିକେନ୍ ଷ୍ଟକ୍ ମିଶ୍ରଣରେ ଧୀରେ ଧୀରେ ଅଣ୍ଡା ଫେଣ୍ଟାକୁ କଣ୍ଟା ଚାମଚ ସାହାର୍ଯ୍ୟରେ ଗୋଳାନ୍ତୁ । ଅଣ୍ଡା ହୋଇଗଲେ ସୁପ୍କୁ ଓହ୍ଲାଇ ଦିଅନ୍ତୁ । ଉପରେ ଧନିଆ ପତ୍ର ଓ ପିଆଜ ସଣ୍ଡାପତ୍ର କଟା ଦେଇ ପରଷନ୍ତୁ । ଟମାଟୋ ବ୍ୟବହାର କରିବାକୁ ନ ଚାହିଁଲେ ମଧ୍ୟ ଏହି ସୁପ୍ ପ୍ରସ୍ତୁତ କରିପାରିବେ ।
Prev Post