ବର୍ତ୍ତମାନ ଓଜନ ବୃଦ୍ଧି ଘଟିବା ବା ମୋଟାପା ବଢିବା ସମସ୍ତଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଯାଇଛି । ତେଣୁ ପତଳା ଏବଂ ସୁସ୍ଥ ଶରୀର ପାଇଁ ଅନେକ ବ୍ୟକ୍ତି ଜିମ୍ରେ ସମୟ ଅତିବାହିତ କରିଥାନ୍ତି । ତେବେ ଯେଉଁମାନେ ନିଜର ପୃଥୁଳତାକୁ ନେଇ ଚିନ୍ତାରେ ଅଛନ୍ତି ସେମାନଙ୍କ ପାଇଁ ଖୁସିର ଖବର । ଶରୀରରୁ ଓଜନ ହ୍ରାସ କରିବା ପାଇଁ ଆଉ କୋଣସି ଜିମ୍ କିମ୍ବା ଯୋଗ ସେଣ୍ଟରକୁ ଯିବାକୁ ପଡ଼ିବ ନାହିଁ । ଘରେ ବସି ସହଜରେ ଶରୀରରୁ ଓଜନ ହ୍ରାସ କରିପାରିବେ । ଓଜନ ହ୍ରାସ କରିବା ପାଇଁ ନିୟମିତ ଖାଦ୍ୟରେ ସାମିଲ୍ କର;ୁ ଟମାଟୋ । ଆମର ଦୈନନ୍ଦିନ ଜୀବନରେ ଟମାଟୋ ଏକ ପରିବା ଯାହା ବିଭିନ୍ନ ତରକାରୀରେ ଉପଯୋଗ କରାଯାଇଥାଏ । ତେବେ ଏହାର ରସର ଉପକାରିତା ସମ୍ପର୍କରେ ଆପଣ ଜାଣନ୍ତି କି ?
ଏକ ରିସର୍ଚ୍ଚ ମୁତାବକ ନିୟମିତ ଟମାଟୋ ରସ ପିଇଲେ ଶରୀରର ଓଜନ ହ୍ରାସ ପାଇଥାଏ । ଖାଲି ସେତିକି ନୁହେଁ ଟମାଟୋ ରସ ମୋଟାପା କମାଇବାରେ ଏକ ଭଲ ସାମଗ୍ରୀ । କ୍ରମାଗତ ୨୦ ଦିନ ଏହାକୁ ସେବନ କଲେ ମହିଳାମାନଙ୍କର ଶରୀରରେ ଚର୍ବି କମିଥାଏ । ଏହା ମୋଟାପାକୁ ହ ୍ରାସ କରିବାରେ ବି ସହାୟକ ହୋଇଥାଏ । ଏହାକୁ ନିୟମିତଭାବେ ସେବନ କଲେ ଶରୀରରେ ରୋଗ ପ୍ରତିରୋଧକ କ୍ଷମତା ବଢିଥାଏ । ଏହା ଛଡା ଟମାଟୋ ରସ ଶରୀରରେ ଏଡି ପୋନକଫିନ୍ ନାମକ ପ୍ରୋଟିନ୍ର ସ୍ତର ମଧ୍ୟ ବୃଦ୍ଧି କରିଥାଏ । ଯାହାଫଳରେ ଦେହର ଫ୍ୟାଟ୍ କମ୍ ହୋଇଥାଏ । ଟମାଟୋ ରସ କି;ୁ ଅଧିକ ପରିମାଣରେ ସେବନ କରିବା ଅନୁଚିତ । କାରଣ ଖାଲି ପେଟରେ ପିଇବା ଦ୍ୱାରା ମଧ୍ୟ ଶରୀରରେ ଏହା ଏସିଡିଟି ବା ଅମ୍ଳ ହେବାର ଆଶଙ୍କା ଦେଖା ଦେଇଥାଏ ।
Prev Post
Next Post