ସାମଗ୍ରୀ
ଟମାଟୋ ୨ଟି, ପିଆଜ ୧ଟି, ସୋରିଷ ଅଧ ଚାମଚ, ଭୁରୁସଙ୍ଗପତ୍ର, ହଳଦୀଗୁଣ୍ଡ ୧ଚାମଚ, କଞ୍ଚାଲଙ୍କା ୪ଟି, ଡାଲି ୧କପ୍ (ହରଡ ବା ମସୁର), ବିରିଡାଲି ଅଧ ଚାମଚ, ତେଲ, ଲୁଣ ଆବଶ୍ୟକ ମୁତାବକ ।
ପ୍ରଣାଳୀ
ଡାଲିକୁ ହଳଦୀ ପାଣିରେ ସିଝେଇ ନିଅନ୍ତୁ । ତେଲରେ ପିଆଜ ଭାଜୁ ଓ କଟା ବିଲାତିବାଇଗଣ, କଞ୍ଚାଲଙ୍କା ଭାଜୁନ୍ତୁ । ତା’ପରେ ଡାଲି ପକେଇ ଗୋଳେଇ ନିଅନ୍ତୁ । ଏଥିରେ ଲୁଣ ମିଶାନ୍ତୁ । କରେଇରେ ତେଲ ଫୁଟେଇ ବିରିଡାଲି, ସୋରିଷ, ହେଙ୍ଗୁ, ଭୁରୁସଙ୍ଗପତ୍ର ପକେଇ ଭାଜି ଡାଲି ସହିତ ମିଶେଇ ଦିଅନ୍ତୁ । ଗରମ ଗରମ ରୁଟି ସହ ପରଷନ୍ତୁ ।