ବହୁଦିନ ଧରି ବଲିଉଡ୍ରେ ନିଜର କାୟା ବିସ୍ତାର କରିଥିବା କ୍ୟାଟି୍ରନା ଏବେ କରିପାରନ୍ତି ଟଲିଉଡ୍ରେ ରିଏଣ୍ଟ୍ରି । ଫିଲ୍ମରେ କ୍ୟାଟ୍ରିନା ସାଉଥ୍ ସୁପରଷ୍ଟାର ମହେଶ ବାବୁଙ୍କ ସହ କରିପାରନ୍ତି ଅଭିନୟ । କିଛି ମାସ ପୂର୍ବରୁ କ୍ୟାଟ୍ରିନାଙ୍କୁ ମହେଶ ବାବୁଙ୍କ ସହ କାମ କରିବାର ଅଫର ମିଳିଥିଲା କିନ୍ତୁ ସେ ଏ ଫିଲ୍ମରେ କାମ କରିବାକୁ ମନା କରିଦେଇଥିଲେ । ପୁଣି ଏବେ ଶୁଣିବାକୁ ମିଳିଛି କ୍ୟାଟି୍ରନାଙ୍କୁ ସାଉଥ୍ ଫିଲ୍ମ ନିର୍ଦ୍ଦେଶକ ଅନିଲ ରୱିପୁଡ଼ୀ ଏକ ଫିଲ୍ମର ଅଫର ଦେଇଛନ୍ତି । ଅଫର ମିଳିବା ପରେ କ୍ୟାଟ୍ରିନା ଯଦିଓ ଫିଲ୍ମ ପାଇଁ ମନା କରି ନାହାନ୍ତି ସେ ଫିଲ୍ମ ପାଇଁ ହଁ ମଧ୍ୟ ଭରି ନାହାନ୍ତି । କହିବାକୁ ଗଲେ ଅଫର୍କୁ ନେଇ କ୍ୟାଟି୍ରନା ଚିନ୍ତା କରୁଛନ୍ତି ଯଦି ଇଚ୍ଛା ହୁଏ ତେବେ ସେ ଫିଲ୍ମରେ କାମ କରିବେ । କ୍ୟାଟି୍ରନା ଫିଲ୍ମ ଅପେକ୍ଷା ନିଜ ପ୍ରଡକ୍ସନ ହାଉସ୍ର ଉନ୍ମୋଚନକୁ ନେଇ ଅଛନ୍ତି ଏକ୍ସାଇଟେଡ୍ । ସେପଟେ ମହେଶ ବାବୁ କ୍ୟାଟ୍ରିନାଙ୍କ ସହ କାମ କରିବା ପାଇଁ ତୟାର ବସିଥିବା ବେଳେ ଏବେ ସବୁ ଅଟକିଚି କ୍ୟାଟି୍ରନାଙ୍କ ଇଚ୍ଛା ଉପରେ । ବର୍ତ୍ତମାନ ଏହି ବଲିଉଡ୍ ନାୟିକାଙ୍କୁ ସଫଳତା ମିଳିବା ମୁଶ୍କିଲ ହୋଇ ପଡ଼ିଛି କାରଣ ନିକଟରେ କ୍ୟାଟ୍ରିନାଙ୍କ ଦୁଇଦୁଇଟି ଫିଲ୍ମ ଫ୍ଲପ୍ ହୋଇଯାଇଛି । କ୍ୟାଟ୍ରିନାଙ୍କୁ ଫିଲ୍ମ ସାଇନ୍ କରିବା ପୂର୍ବରୁ ବାର ବାର ଭାବିବାକୁ ପଡ଼ୁଛି । ଚଳିତ ବର୍ଷ ଇଦ୍ରେ ରିଲିଜ୍ ହେବାକୁ ଯାଉଛି ଫିଲ୍ମ ‘ଭାରତ’ । ଯେଉଁଥିରେ ସଲମାନଙ୍କ ସହ ରୋମାନ୍ସ କରୁଥିବାର ଦର୍ଶକ ଦେଖିାପରିବେ । ଯଦି କ୍ୟାଟି୍ରନା ଏହି ସାଉଥ୍ ଫିଲ୍ମରେ କାମ କରିବାକୁ ମନ ବଳାନ୍ତି ତେବେ ଏହା ହେବ ତାଙ୍କ କ୍ୟାରିୟରର ତୃତୀୟ ଟଲିଉଡ୍ ଫିଲ୍ମ ।