ଟ୍ରିପଲ୍‌ ତଲାକ୍‌ ବିଲ୍‌କୁ ବିରୋଧ କରିବ ଜେଡିୟୁ

0

ପାଟନା, ୧୪/୬: କେନ୍ଦ୍ର କ୍ୟାବିନେଟ ଟ୍ରିପିଲ ତଲାକ ବିଲକୁ ମଞ୍ଜୁରୀ ଦେଇଛି। ଅଗାମୀ ସଂସଦୀୟ ଅଧିବେଶନରେ ଏହି ବିଲ୍‌ ଆସିବ ବୋଲି ପଥ ପରିଷ୍କାର ହୋଇଛି। ଭାଜପା ନେତୃତ୍ୱାଧୀନ ଏନଡିଏରେ ରହିଥିଲେ ମଧ୍ୟ ଆଗାମୀ ଦିନରେ ଟ୍ରିପିଲ ତଲାକ ବିଲକୁ ରାଜ୍ୟସଭାରେ ବିରୋଧ କରିବ ବୋଲି ଜେଡିୟୁ ସୁପ୍ରିମୋ ନୀତୀଶ କୁମାର ସ୍ପଷ୍ଟ କରିଛନ୍ତି। ସୂଚନାଯୋଗ୍ୟ, ମୋଦିଙ୍କ ପ୍ରଥମ ସରକାରରେ ବିଜେପିର ରାଜ୍ୟସଭାରେ ସଂଖ୍ୟା ଗରିଷ୍ଠତା ନ ଥିବାରୁ ବହୁଚର୍ଚ୍ଚିତ ଟ୍ରିପିଲ ତଲାକ ବିଲ ପାରିତ ହୋଇପାରି ନ ଥିଲା। ଫଳରେ ଟ୍ରିପିଲ ତଲାକ ବିଲ ଖାରଜ ହୋଇଯାଇଥିଲା।

Leave A Reply

Your email address will not be published.