ଟ୍ରେନ୍‌ ଧକ୍କାରେ ହାତୀ ମୃତ୍ୟୁ : ଡ୍ରାଇଭରଙ୍କ ନାଁରେ ମାମଲା

0

କେନ୍ଦୁଝର,୨୨/୧୧: କେନ୍ଦୁଝର ସଦର ରେଞ୍ଜ ନରଣପୁର ବିଟ୍ ରାମଚନ୍ଦ୍ରପୁର ନିକଟରେ ଟ୍ରେନ୍‌ ଧକ୍କାରେ ହାତୀ ମୃତ୍ୟୁ ଘଟଣାରେ ଟ୍ରେନ୍‌ ଡ୍ରାଇଭରଙ୍କ ନାଁରେ ବନ ବିଭାଗ ପକ୍ଷରୁ ମାମଲା ରୁଜୁ କରାଯାଇଛି ।

ବନ ବିଭାଗର କହିବାନୁଯାୟୀ, ଡ୍ରାଇଭରଙ୍କୁ ପୂର୍ବରୁ ସର୍ତକ ସୂଚନା ଦିଆଯାଇଥିଲା । ମାତ୍ର ସେ ଟ୍ରେନ୍‌ର ଗତି କମ୍‌ କରି ନ ଥିଲେ । ହାତୀ ଚଳପ୍ରଚଳ ଅଂଚଳରେ ସନ୍ଧ୍ୟା ୭ ଟାରୁ ସକାଳ ୬ ଟା ପର୍ୟ୍ୟନ୍ତ ଟ୍ରେନ୍‌ କମ୍‌ ବେଗରେ ଚଳାଇବା ନିୟମ ରହିଛି । କିନ୍ତୁ ଡ୍ରାଇଭର ସତର୍କ ସୂଚନା ପାଇବା ପରେ ମଧ୍ୟ ଟ୍ରେନ୍‌ର ବେଗ ହ୍ରାସ କରି ନଥିଲେ ।

Leave A Reply

Your email address will not be published.