ସାମଗ୍ରୀ- ବୁଟଡାଲି- ୩୦୦ ଗ୍ରାମ୍, ହଳଦି- ୧/୨ ଚାମଚ, ଲଙ୍କାଗୁଣ୍ଡ- ୧ ଚାମଚ, ପାଳଙ୍ଗ- ୧୫୦ ଗ୍ରାମ୍, ପିଆଜ- ୪ ଟି, ଅଦା- ୧ ଇଞ୍ଚ, ରସୁଣ- ୬ କୋଲା, ଲଙ୍କା- ୨ ଟି, ଘିଅ- ୩ ଚାମଚ, ଗରମ ମସଲା- ୨ ଚାମଚ, ବଟର- ୧୦୦ ଗ୍ରାମ୍, ଧଣିଆ ପତ୍ର- ୨ ଟେବୁଲ ଚାମଚ, ଲୁଣ- ସ୍ୱାଦ ଅନୁସାରେ ।
ପ୍ରଣାଳୀ- ଡାଲିକୁ ଧୋଇ ଗୋଟିଏ କଭର ପ୍ୟାନରେ ଆବଶ୍ୟକ ପାଣି, ହଳଦି, ଲଙ୍କାଗୁଣ୍ଡ ଓ ଲୁଣ ପକାଇ ମଧ୍ୟମ ଆଞ୍ଚରେ ସିଝିବା ଯାଏଁ ରାନ୍ଧନ୍ତୁ । ପାଣି କାଢି ଡାଲିକୁ ଅଲଗା ରଖନ୍ତୁ । ପାଳଙ୍ଗକୁ ଧୋଇ କାଟି ଅଳ୍ପ ସିଝାଇ ରଖନ୍ତୁ । ପିଆଜ, ଅଦା, ରସୁଣ ଓ ଲଙ୍କାକୁ ଛୋଟ ଛୋଟ କରି କାଟି ରଖ;ୁ ଛ କରେଇରେ ଘିଅ ଗରମ କରି ଏସବୁ ପକାଇ ପିଆଜ ଲାଲ ହେବା ଯାଏଁ ଭାଜନ୍ତୁ । ଏଥର ଡାଲି ଓ ପାଣି ପକାନ୍ତୁ । ଭଲକରି ଗୋଳାଇ ଫୁଟିବାକୁ ଛାଡି ଦିଅନ୍ତୁ । ତାପରେ ପାଳଙ୍ଗ, ଗରମ ମସଲା, ବଟର ପକାଇ ୫ ମିନିଟ୍ କମ ଆଞ୍ଚରେ ରାନ୍ଧନ୍ତୁ । ଶେଷରେ ଧନିଆ ପତ୍ର ପକାଇ ଗରମ ଗରମ ପରଷନ୍ତୁ ।