ବର୍ତ୍ତମାନର ସ୍ମାର୍ଟ ଯୁଗରେ ସମସ୍ତଙ୍କ ପାଖରେ ମୋବାଇଲ୍ ରହିଛି । ସ୍ମାର୍ଟଫୋନ୍ର ଏହି ଯୁଗରେ ସମସ୍ତେ ନିଜ ଫୋନ୍ରେ ହିଁ ଦୁନିଆକୁ ସୀମିତ ରଖୁଛନ୍ତି । ତେବେ ନିକଟରେ କାଲିଫର୍ଣ୍ଣିଆର ଏକ ବିଶେଷଜ୍ଞ ଦଳ ମୋବାଇଲ୍ ଫୋନ୍ ଧରିବା ସମ୍ପର୍କରେ ଏକ ତଥ୍ୟ ପ୍ରକାଶ କରିଛନ୍ତି । ବିଶେଷଜ୍ଞମାନଙ୍କ ମତରେ ଯଦି କଥାବାର୍ତ୍ତାବେଳେ ମୋବାଇଲ୍ ଡାହାଣ ହାତରେ ଧରୁଛନ୍ତି, ତେବେ ତାହା ଠିକ୍ ଭାବରେ କାର୍ଯ୍ୟ କରିଥାଏ । ବାମ ହାତରେ ମୋବାଇଲ୍ ଧରିଲେ କଥାବାର୍ତ୍ତା ସ୍ପଷ୍ଟ ହୋଇନଥାଏ ଓ ସିଗନାଲ୍ ବାରମ୍ବାର ଦୁର୍ବଳ ମଧ୍ୟ ହୁଏ । ବାମ ହାତରେ ଧରୁଥିବା ବ୍ୟକ୍ତିଙ୍କ ହାତ ଶୀଘ୍ର ବିନ୍ଧେ । ଏପରିକି ଅଧିକାଂଶ ଲୋକଙ୍କର ଏହି ହାତରୁ ଫୋନ୍ ଖସିପଡ଼େ ।