ମୁମ୍ବାଇ, ୬/୧୦: ମୁମ୍ବାଇ ଲୋଖଣ୍ଡୱାଲା ଅଞ୍ଚଳରେ ବୁଧବାର ରାତିରେ ଜଣେ ମଡେଲ୍ ତାଙ୍କ ମା’ଙ୍କୁ ହତ୍ୟା କରିଛନ୍ତି । ହତ୍ୟାର ଶିକାର ହୋଇଥିବା ମହିଳା ଜଣକ ହେଲେ ଫ୍ୟାଶନ୍ ଡିଜାଇନର୍ ସୁନିତା ସିଂହ । ତାଙ୍କୁ ହତ୍ୟା କରିଛନ୍ତି ତାଙ୍କ ପୁଅ ଲକ୍ଷ୍ୟ । ସୂଚନା ଅନୁଯାୟୀ ଉଭୟ ମାଆ ଓ ପୁଅ ଡ୍ରଗ୍ସ ନେଉଥିବା ବେଳେ ଟଙ୍କାକୁ ନେଇ ଉଭୟଙ୍କ ମଧ୍ୟରେ ସବୁ ବେଳେ ଝଗଡ଼ା ହେଉଥିଲା । ବୁଧବାର ସେମାନଙ୍କ ମଧ୍ୟରେ ଝଗଡ଼ା ହେବାରୁ ଲକ୍ଷ୍ୟ ମା’କୁ ବାଥ୍ରୁମ୍କୁ ଠେଲିଦେଇଥିଲେ । ପଡ଼ିଯାଇ ତାଙ୍କ ମୁଣ୍ଡରେ ଆଘାତ ଲାଗିବାରୁ ସେ ଘଟଣାସ୍ଥଳରେ ମୃତୁ୍ୟବରଣ କରିଥିଲେ । ମା’ ମରିଯିବାର ଦେଖି କିଛି ଉପାୟ ନପାଇ ଶେଷରେ ଲକ୍ଷ୍ୟ ମା’କୁ ଫୋନ୍କରି ସବୁ ସତକଥା ମାନିଯାଇଥିଲେ । ପରେ ତାଙ୍କୁ ଗିରଫ କରାଯାଇଥିଲା ।