ଡିମେନ୍‌ସିଆ ଭଲ କରିବ ରୋବଟ୍‌

0

ରୋବଟ୍‌କୁ ଟିଭି ଶୋ ଦେଖାଯିବା ଫଳରେ ସେ ଡିମେନ୍‌ସିଆର ଲକ୍ଷଣକୁ ଯାଞ୍ଚ କରିପାରିବ । ଏହା ପ୍ରଥମ ରୋବଟ୍‌ ଯିଏକି ମୁଖର ଗତିବିଧିକୁ ଦେଖି ରୋଗକୁ ଚିହ୍ନିବାରେ ସକ୍ଷମ ହେବ । ରୋବି ନାମକ ଏହି ରୋବଟ୍‌କୁ ଟିଭି ଶୋ ‘ଇମରଡେଲ’ ଦେଖାଇ ତାହାକୁ ରୋଗ ନିରୀକ୍ଷଣ ପାଇଁ ପ୍ରସ୍ତୁତ କରାଯାଉଛି । ଏଜ୍‌ ହିଲ୍‌ ୟୁନିଭର୍ସିଟିର କମ୍ପୁ୍ୟଟର ସାଇନ୍‌ଟିଷ୍ଟ ଡା. ଏଣ୍ଡ୍ରେଡ୍ନì ବେହେରା ଓ ତାଙ୍କ ଟିମ୍‌ ଏହି ରୋବଟ୍‌ର ପ୍ରସ୍ତୁତି ଦାୟିତ୍ୱରେ ଅଛନ୍ତି । ରୋବିକୁ ମଣିଷର ଆକାର ଦିଆଯାଇଛି ଯାହା ଚାଲିପାରିବ ଓ ଅନ୍ୟାନ୍ୟ ମୁଭ୍‌ମେଣ୍ଟ ମଧ୍ୟ କରିପାରିବ । ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍‌ସକୁ ବ୍ୟବହାର କରାଯାଇ ଏହାକୁ ପ୍ରସ୍ତୁତ କରାଯାଇଛି ଫଳରେ ମଣିଷର ମୁଖର ଗତିବିଧି ବୁଝିପାରିବା ସହ ଶରୀରର ଗତିବିଧି ତଥିା ଆଚରବ୍ୟବହାର ଜାଣିବାରେ ମଧ୍ୟ ସକ୍ଷମ ହେବ । ଡା. ବେହେରା ଓ ତାଙ୍କ ଟିମ୍‌ଙ୍କ ମତରେ, ରୋବଟ୍‌ଟି ଡିମ୍‌ନେସିଆରେ ପୀଡିତ ଥିବା ରୋଗୀଙ୍କ ଉପରେ ବିଶେଷ ନଜର ରଖିବା ସହ ରୋଗ ଭଲ କରିବାରେ ସହଯୋଗ କରିବ । ଡିମ୍‌ନେସିଆରେ ପାଖାପାଖି ୪.୭ କୋଟି ଲୋକ ପୀଡିତ ତେଣୁ ଏହି ରୋବଟ୍‌ ତାଙ୍କ ପାଇଁ ଉପାଦାୟୀ ହୋଇପାରିବ । ଡିମ୍‌ନେସିଆ ହେଉଛି ଏପରି ରୋଗ ଯାହାଦ୍ୱାରା ମସ୍ତିଷ୍କର କୋଷଗୁଡିକ ନଷ୍ଟ କରିବା ସହ ନୂଆ କୋଷ ସୃଷ୍ଟି କରିବାରେ ବାଧା ଉପୁଜାଏ ଫଳରେ ମସ୍ତିଷ୍କ ସମସ୍ୟା ଦେଖାଦିଏ । ଡିମ୍‌ନେସିଆ ରୋଗକୁ ଚିହ୍ନଟ କରି ଏହାର ଚିକିସିା କରିବାରେ ବହୁ ଅର୍ଥ ଖର୍ଚ୍ଚ ହୋଇଯାଏ । କିନ୍ତୁ ଏହି ରୋବଟ୍‌ର ଉପଯୋଗରେ ଚିକିସିା କରିବା ଦ୍ୱାରା ସେତେ ବ୍ୟୟବହୁଳ ହେବନାହିଁ । ଡା. ବେହେରାଙ୍କ ମତରେ, ଏହି ରୋବଟ୍‌କୁ ପ୍ରସ୍ତୁତ କରିବା ଉଦ୍ଦେଶ୍ୟ ହେଉଛି ଲୋକଙ୍କୁ ସାହାଯ୍ୟ କରିବା । ନିଃସଙ୍ଗତା ଓ ଏକାକୀ ଜୀବନ ଅତିବାହିତ କରୁଥିବା ଲୋକଙ୍କ ପାଇଁ ଏହା ଖୁବ୍‌ ଲାଭଦାୟୀ ହୋଇପାରିବ । ରୋବି ପ୍ରଥମ ଯନ୍ତ୍ର ଯେଉଁଥିରେ ଦୃଷ୍ଟିଶକ୍ତି ଦ୍ୱାରା ମୁଖର ଗତିବିଧି ନିର୍ଣ୍ଣୟ କରିବ । ଏହା ସାହାଯ୍ୟରେ ଆଗ୍ରେସିଭ୍‌, ଡିପ୍ରେସନ୍‌, ଖୁସି ଓ ନୁ୍ୟଟ୍ରାଲ୍‌ ଫେସ୍‌ ବୁଝିହେବ । ଏପରି ସମସ୍ୟାର ଚିକିସିା ହେଉଛି ମଣିଷ ମୁଖରୁ ଚିହ୍ନଟ କରି ଯଦି କ୍ରୋଧ ଥାଏ ତେବେ ପୀଡିତଙ୍କୁ ଶାନ୍ତ କରିବା ପାଇଁ ରୋବଟ୍‌ଟି ତାଙ୍କ ସହ ଖେଳିବ, ଗୀତ ଶୁଣାଇବ ଓ ଭଲରେ ବାର୍ତ୍ତାଳପ କରିବ । ମସ୍ତିଷ୍କଜନିତ ଏପରି ସମସ୍ୟାକୁ ଭଲ କରିବାରେ ରୋବଟ୍‌ ମୁଖ୍ୟ ଭୂମିକା ଗ୍ରହଣ କରିବ ବୋଲି ଜଣାପଡିଛି ।

Leave A Reply

Your email address will not be published.