ଡିସେମ୍ବର ୧ରୁ ଅନ୍ତର୍ଜାତୀୟ ବାଲୁକାକଳା ଉତ୍ସବ : ଭାଗନେବେ ଶହେରୁ ଊର୍ଦ୍ଧ୍ୱ ବାଲୁକା ଶିଳ୍ପୀ

0

ଭୁବନେଶ୍ୱର,୨୯/୧୧: ହକି ବିଶ୍ୱକପ୍‌ ଉଦ୍‌ଘାଟନୀ ସମାରୋହ କରି ସମଗ୍ର ବିଶ୍ୱର ନଜରରେ ରହିଥିବା ଓଡ଼ିଶା ଏବେ ପୁଣିଏକ ଅନ୍ତର୍ଜାତୀୟସ୍ତରୀୟ କାର୍ଯ୍ୟକ୍ରମର ଆୟୋଜନ କରିବାକୁ ଯାଉଛି। ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ କୋଣାର୍କ ମହୋତ୍ସବ ସହ ସମାନ୍ତରାଳଭାବେ ଡିସେମ୍ବର ୧ରୁ ଅନୁଷ୍ଠିତ ହେବାକୁ ଯାଉଛି ଅନ୍ତର୍ଜାତୀୟ ବାଲୁକା କଳା ଉତ୍ସବ। ଚନ୍ଦ୍ରଭାଗା ବାଲୁକା ଶଯ୍ୟାରେ ଅନୁଷ୍ଠିତ ହେବାକୁ ଥିବା ଏହି ଉତ୍ସବରେ ଦେଶ ଏବଂ ଦେଶ ବାହାରୁ ପ୍ରଥମଥର ପାଇଁ ଶହେରୁ ଊର୍ଦ୍ଧ୍ୱ ବାଲୁକାକଳା ଶିଳ୍ପୀ ଅଂଶଗ୍ରହଣ କରିବେ। ଗତବର୍ଷ ୬୫ଜଣ ଶିଳ୍ପୀ ଅଂଶଗ୍ରହଣ କରିଥିବା ବେଳେ ଏଥର ୧୦୧ ଜଣ ଅଂଶଗ୍ରହଣ କରିବେ। ଯୁକ୍ତରାଷ୍ଟ୍ର ଆମେରିକା, ଜାପାନ, ନେଦରଲାଣ୍ଡ, ସ୍ପେନ୍‌, ଶ୍ରୀଲଙ୍କା ଓ ଇଟାଲୀରୁ ୬ଜଣ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ବାଲୁକାଶିଳ୍ପୀଙ୍କ ସହ ୨୫ଜଣ ମହିଳା ଶିଳ୍ପୀ ଏଥର ଉତ୍ସବରେ ଅଂଶଗ୍ରହଣ କରିବେ। ଏଥର ମଧ୍ୟ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଏହି ଉତ୍ସବ ଆୟୋଜିତ ହେବ। ୫ଦିନ ଧରି ଚାଲିବାକୁ ଥିବା ଏହି ଉତ୍ସବରେ ୫ଟି ଥିମ୍‌କୁ ନେଇ ଶିଳ୍ପୀମାନେ ବାଲୁକା କଳା ପ୍ରସ୍ତୁତ କରିବେ।

Leave A Reply

Your email address will not be published.