ତାଇବାନୀ ମହିଳାଙ୍କ ସୌନ୍ଦର୍ଯ୍ୟର ରହସ୍ୟ

0

ପୁରୁଷ ହୁଅନ୍ତୁ ବା ମହିଳା ସଭିଙ୍କୁ ନିଜ ବୟସଠାରୁ କମ୍‌ ଦେଖାଯିବା ପସନ୍ଦ ହୋଇଥାଏ । କିନ୍ତୁ ଏ କ୍ଷେତ୍ରରେ ମହିଳାମାନେ ବେଶୀ ଆଗ୍ରହୀ ଥାନ୍ତି । ସେଥିପାଇଁ ମାର୍କେଟରେ ମହିଳା ମାନଙ୍କ ସାଜସଜା ପାଇଁ ଅନେକ ପ୍ରକାରର ଦାମୀ ଓ ରସାୟନୀକ କ୍ରିମ ସବୁ ମିଳୁଛି ଯାହାକୁ ବ୍ୟବହାର କରି ଝିଅମାନେ ସୁନ୍ଦର ଦେଖା ଯାଉଛନ୍ତି କିନ୍ତୁ ଏହା ସେମାନଙ୍କ ତ୍ୱଚାକୁ ନଷ୍ଟ କରଦିଏ। ତାଇବାନର ମହିଳାମାନେ କିନ୍ତୁ ସୁନ୍ଦର ଦେଖାଯିବା ପାଇଁ କୌଣସି କ୍ରିମ ବା ସଜେଇହେବା ସାମଗ୍ରୀକୁ ବ୍ୟବହାର କରନ୍ତି ନାହିଁ । ତାଲିବାନ ହେଉଛି ଚିନ୍‌ ଗଣରାଜ୍ୟର ଏକ ଅଂଶ । ତାଇବାନୀ ମହିଳାମାନେ ବର୍ଷାରେ ଭିଜିବା ଓ ଖରାରେ ବାହାରକୁ ବାହାରିବାକୁ ଯମାବି ପସନ୍ଦ କରନ୍ତି ନାହିଁ । ସେମାନେ କୁହନ୍ତି ଖରାରେ ବାହାରକୁ ବାହାରିଲେ ସେମାନଙ୍କର ବୟସ ବଢିଯିବ ଓ ସମାନଙ୍କ ସୌନ୍ଦର୍ଯ୍ୟ ନଷ୍ଟ ହୋଇଯିବ । ତେଣୁ ଏଠାକାର ମହିଳାମାନେ ଖରା ବା ବର୍ଷାରେ ଘରୁ ବାହାରନ୍ତି ନାହିଁ ଏହା ହେଉଛି ତାଇବାନୀ ମହିଳାଙ୍କ ସୌନ୍ଦର୍ଯ୍ୟର ରାଜ୍‌। ତାଇବାନ ଏକ ଦ୍ୱିପ ଅଟେ । ପାଖାପାଖି ୨କୋଟି ୩୬ ଲକ୍ଷ ଲୋକ ଏଠାରେ ବାସକରନ୍ତି । ଏଠାରେ ବାସ କରୁଥିବା ଲୋକଙ୍କ ଭିତରୁ ୭୦ ପ୍ରତିଶତ ଲୋକ ବୌଦ୍ଧ ଧର୍ମାବଲମ୍ବୀ। ଏମାନେ ଖୁବ୍‌ ପରିଶ୍ରମୀ, ସବୁବେଳେ କାମ କରିବାକୁ ଏମାନେ ଭଲପାନ୍ତି । ଦୈନିକ ୧୦ ଘଣ୍ଟା କାମ କରିଥାନ୍ତି ଏାମନେ।

Leave A Reply

Your email address will not be published.