ମୈରୀଲ୍ୟାଣ୍ଡ ୟୁନିଭର୍ସିଟିର ଏକ ଟିମ୍ ଏପରି କପଡା ପ୍ରସ୍ତୁତ କରିଛନ୍ତି ଯାହା ଶରୀରର ତାପମାନ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିବ । ଏହି କପଡା ଦେଖିବାକୁ ଉଲ୍ର ସାଧାରଣ ବସ୍ତ୍ର ଭଳି, କିନ୍ତୁ ଏଥିରେ ନେନୋଟ୍ୟୁବ୍ ଲାଗିଛି । ପ୍ରସ୍ତୁତି କରିଥିବା ଟିମ୍ଙ୍କ ମତରେ, ଏହାକୁ ବ୍ୟବହାର କଲେ ଥଣ୍ଡା ଓ ଗରମଦିନେ ଭିନ୍ନ ଭିନ୍ନ ପ୍ରକାରର ବସ୍ତ୍ର ପିନ୍ଧିବାର ଆବଶ୍ୟକ ହୁଏନାହିଁ । ଏହା ଏକ ସ୍ୱତନ୍ତ୍ର ଧରଣର କପଡା ଯାହାଦ୍ୱାରା ଶରୀରର ତାପମାତ୍ରାରେ ସନ୍ତୁଳନ ରକ୍ଷା କରିପାରିବ । ଗରମ ଅନୁଭୂତ ହେଉଥିବାବେଳେ ନାନୋଟୁ୍ୟବ୍ଟି ଶୁଖିଯାଏ କିନ୍ତୁ ଥଣ୍ଡା ସମୟରେ ନାନୋଟୁ୍ୟବ୍ଟି କପଡାରେ ବ୍ୟାପିଯାଏ । ଏହି ବିଶେଷ ପରିଧାନର ମୂଲ୍ୟ ୫ ଡଲାର (ପ୍ରାୟ ୩୫୦ ଟଙ୍କା) ବୋଲି କୁହାଯାଉଛି । ଏହାକୁ ପିନ୍ଧିବାଦ୍ୱାରା ଶରୀରର ତାପମାତ୍ରା ୩୫ ପ୍ରତିଶତ ମ୍ୟାନେଜ୍ ହୋଇପାରେ କିନ୍ତୁ ଅନ୍ୟ ପୋଷାକରେ ୫ ପ୍ରତିଶତ ମ୍ୟାନେଜ୍ ହୋଇଥାଏ । ପୋଷାକଟି ଉଲ୍ରେ ପ୍ରସ୍ତୁତ ହୋଇଛି କିନ୍ତୁ ଏଥିରେ ନାନୋଟୁ୍ୟବ୍ର କୋଟିଙ୍ଗ ରହିଛି । ଏହି ନାନୋଟୁ୍ୟବ୍ ମଣିଷର କେଶ ଠାରୁ ବି ପତଳା ଉପକରଣ ହୋଇଥାଏ । ନାନୋଟୁ୍ୟବ୍ଟି ବିଶେଷତଃ କାର୍ବନ୍ ଧାତୁରେ ପ୍ରସ୍ତୁତ ହୋଇଥାଏ । ଶରୀରରୁ ଝାଳ ବାହାରିଲେ ନାନୋଟୁ୍ୟବ୍ ଶୁଖିଯିଏ, ଥଣ୍ଡା ଲାଗିଲେ ନାନୋଟୁ୍ୟବ୍ଟି ବ୍ୟାପି ଯାଏ । ନାନୋଟୁ୍ୟବ୍ ଶୁଖିବାଦ୍ୱାରା ବୈଦୁ୍ୟତିକ ଚାର୍ଜ ସୃଷ୍ଟି ହୁଏ ଯାହା ଶରୀରରୁ ଉତ୍ତାପ ବାହାର କରିଦିଏ । ତାପମାନ କମିଲେ ନାନୋଟ୍ୟୁବ୍ ବ୍ୟାପିଯାଏ ଯାହା ପବନର ଗତିକୁ ଅବରୋଧ କରେ । ପ୍ରସ୍ତୁତ କରିଥିବା ଟିମ୍ ମତରେ, ଏହି କପଡା ସାହାଯ୍ୟରେ ତାପମାତ୍ରା ଓ ଜଳବାୟୁକୁ ଅନୁକରଣ କରି ବାରମ୍ବାର ପୋଷାକ ବଦଳ କରିବାକୁ ପଡିବନାହିଁ ।