ଭୁବନେଶ୍ୱର, ୭/୧୨ : ତାଳଚେରରେ ଏକ ଘରେ ମାଟି ଦବିବା ଘଟଣାର ତଦନ୍ତ କରାଯିବ । ଏକ ବିଶେଷଜ୍ଞ ଟିମ ଏହି ଘଟଣାର ବିଧିବଦ୍ଧ ତଦନ୍ତ କରିବେ । ଏନେଇ କୋଇଲା ମନ୍ତ୍ରୀ ପିୟୁଷ ଗୋଏଲଙ୍କ ତରଫରୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରଭାବିତ ଅଞ୍ଚଳର ସୁରକ୍ଷାକୁ ଦୃଷ୍ଟିରେ ରଖି ସେଠାରେ ବିଧିବଦ୍ଧ ଭାବରେ ତଦନ୍ତ କରାଯାଇ ଆବଶ୍ୟକୀୟ ପ୍ରତିକାର କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କୋଇଲା ମନ୍ତ୍ରୀଙ୍କୁ ଚିଠି ଲେଖି ଅନୁରୋଧ କରିଥିଲେ ।
ତେବେ ପିୟୁଷ ଗୋଏଲ ଏହି ଘଟଣାର ତଦନ୍ତ କରାଯବ ବୋଲି ଟ୍ୱିଟର ମାଧ୍ୟମରେ ଜଣାଇଥିଲେ ।
ସୂଚନାଯୋଗ୍ୟ, ଦୁଇ ଦିନ ତଳେ ତାଳଚେରରେ ଏକ ଘରେ ମାଟି ଦବି ଖାଲ ସୃଷ୍ଟି ହୋଇଥିଲା । ଏହି ଘଟଣା ପରେ ସ୍ଥାନୀୟ ଲୋକଙ୍କ ମନରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା । ପ୍ରଶାସନ ଏହାର ତୁରନ୍ତ ପଦକ୍ଷେପ ନେବା ଦାବିରେ ତାଳଚେରରେ ବନ୍ଦ ପାଳନ କରାଯାଇଥିଲା ।
Prev Post