ତିତଲି କ୍ଷତି ପାଇଁ ଓଡିଶାକୁ ୧୦୨୩ କୋଟି ସହାୟତା ରାଶି ମଞ୍ଜୁର

0

ନୂଆଦିଲ୍ଲୀ, ୧୭/୧୨: ଓଡିଶାକୁ ୧୦୨୩ କୋଟି ୫୯ ଲକ୍ଷ ଟଙ୍କା ଅତିରିକ୍ତ ସହାୟତା ରାଶି ମଞ୍ଜୁର କରିଛି କେନ୍ଦ୍ର ଗୃହ ମନ୍ତ୍ରାଳୟ । ଏନଡିଆରଏଫ ପାଣ୍ଠିରୁ ଏହି ସହାୟତା ରାଶି ମଞ୍ଜୁର ହୋଇଥିବା କହିଛି ଗୃହ ମନ୍ତ୍ରାଳୟ । ସହାୟତା ମଞ୍ଜୁର ନେଇ ରାଜନାଥ ସିଂଙ୍କୁ କୃତଜ୍ଞତା ଜଣାଇଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପୂର୍ବରୁ ସହାୟତା ପାଇଁ କେନ୍ଦ୍ର ଗୃହ ମନ୍ତ୍ରୀ ରଜନାଥ ସିଂଙ୍କୁ ଭେଟି ସହାୟତା ରାଶି ପ୍ରଦାନ କରିବାକୁ ଜଣାଇଥିଲେ ଧର୍ମେନ୍ଦ୍ରେ ପ୍ରଧାନ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ତିତଲି କ୍ଷତି ପାଇଁ ସହାୟତା ରାଶି ଦାବି କରି ରାଜନାଥଙ୍କୁ ଚିଠି ଓ ଫୋନ କରିଥିଲେ ।

ସୂଚନାଯୋଗ୍ୟ ତିତଲି ପ୍ରଭାବରେ ଓଡିଶାର ଗଞ୍ଜାମ ଓ ଗଜପତିରେ ବ୍ୟାପକ କ୍ଷତି ହୋଇଥିଲା । ରାଜ୍ୟର ଗଜପତି ଜିଲ୍ଲା ଏଥିରେ ଅଧିକ ପ୍ରଭାବିତ ହୋଇଥିଲା । ଗଜପତିରେ ବାପ୍ୟାକ କ୍ଷୟକ୍ଷତି ରଚିଥିଲା ବାତ୍ୟା ତିତଲି । ଏହା ସହ ବାତ୍ୟା ପରେ ହୋଇଥିବା ବନ୍ୟାରେ ଗଞ୍ଜାମ ଜିଲ୍ଲାର ଆସିକା, ଭଞ୍ଜନଗର, ସୋରଡା, ପୁରୁଷୋତ୍ତମପୁର ଆଜି ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା । ଏହି ବାତ୍ୟାରେ ୭୨ ଜଣଙ୍କ ଜୀବନ ମଧ୍ୟ ଯାଇଥିଲା ।

Leave A Reply

Your email address will not be published.