ତୁଷାରପାତରେ ଫସିଥିବା ୨୫୦୦ ପର୍ଯ୍ୟଟକଙ୍କୁ ଉଦ୍ଧାର କଲେ ଭାରତୀୟ ସେନା

0

ଗ୍ୟାଙ୍ଗଟକ, ୨୯/୧୨ : ସିକିମରେ ପ୍ରବଳ ତୁଷାରପାତ ଯୋଗୁଁ ଅଧବାଟରେ ଫସି ରହିଥିବା ୨୫୦୦ ପର୍ଯ୍ୟଟକଙ୍କୁ ଭାରତୀୟ ସେନା ଉଦ୍ଧାର କରିଛି । ସିକିମର ନାଥୁଲା ପାର୍ବତ୍ୟପଥରେ ଭାରି ମାତ୍ରାରେ ତୁଷାରପାତ ହେବା ଯୋଗୁଁ ୪୦୦ ଗାଡି ଅଟକି ରହି ଯାଇଥିଲା । ତେବେ ଏଥିରେ ମହିଳା ଏବଂ ଶିଶୁଙ୍କ ସମେତ ପ୍ରାୟ ଅଢେଇ ହଜାର ପର୍ଯ୍ୟଟକ ଫସି ରହିଥିଲେ । ତେବେ ସୂଚନା ପାଇ ସେନା ପକ୍ଷରୁ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଥିଲା । ତେବେ ଉଦ୍ଧାର ପରେ ସମସ୍ତ ପର୍ଯ୍ୟଟକଙ୍କୁ ଖାଦ୍ୟ ଓ ଆଶ୍ରୟ ସ୍ଥଳୀ ସହିତ ଚିକିତ୍ସା ସେବା ଯୋଗାଇ ଦିଆଯାଇଥିବା ସୂଚନା ମିଳିଛି ।
ଏନେଇ ଭାରତୀୟ ସେନା ପକ୍ଷରୁ ଟ୍ୱିଟ୍‌ କରି ସୂଚନା ଦିଆଯାଇଛି ଯେ, ତୁଷାରପାତ କାରଣରୁ ବାଟରେ ଫସି ରହିଥିବା ୪୦୦ ଗାଡି ଏବଂ ୨୫୦୦ ପର୍ଯ୍ୟଟକଙ୍କୁ ସେନା ପକ୍ଷରୁ ଉଦ୍ଧାର କରାଯାଇଛି । ଉଦ୍ଧାର ପରେ ସମସ୍ତଙ୍କୁ ଖାଦ୍ୟ ଓ ଆଶ୍ରୟ ସହିତ ଚିକିତ୍ସା ସେବା ଯୋଗାଇ ଦିଆଯାଇଛି ।

Leave A Reply

Your email address will not be published.