ତୃତୀୟଥର ପାଇଁ ସବୁଠାରୁ ସ୍ୱଚ୍ଛ ସହର ହେଲା ଇନ୍ଦୋର : ସ୍ୱଚ୍ଛ ସର୍ବେକ୍ଷଣ ରିପୋର୍ଟ

0

ଭୋପାଳ,୬/୩: ସ୍ୱଚ୍ଛ ସର୍ବେକ୍ଷଣ ରିପୋର୍ଟ ୨୦୧୯ ଅନୁଯାୟୀ ଲଗାତାର ଭାବେ ତୃତୀୟଥର ପାଇଁ ସବୁଠାରୁ ସ୍ୱଚ୍ଛ ସହରର ମାନ୍ୟତା ପାଇଛି ଇନ୍ଦୋର । ଏହା ସହିତ ଭୋପାଳ ସବୁଠାରୁ ସ୍ୱଚ୍ଛ ରାଜଧାନୀ ହୋଇଥିବା ବେଳେ ଉଜୈନ ସବୁଠାରୁ ସ୍ୱଚ୍ଛ ମଧ୍ୟମ ସହର ହୋଇଛି ।

ବୁଧବାର ଦିନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସ୍ୱଚ୍ଛ ସର୍ବେକ୍ଷଣ ୨୦୧୯ର ରେଜଲ୍ଟ ଜାରି କରିଛନ୍ତି । ଏହି ସର୍ବେକ୍ଷଣରେ ମଧ୍ୟପ୍ରଦେଶର ସହରଗୁଡିକ ବାଜିମାରିଛନ୍ତି । ଲଗାତାର ଭାବେ ଇନ୍ଦୋର ସ୍ୱଚ୍ଛ ସହର ତାଲିକାର ଶୀର୍ଷରେ ରହିଥିବା ବେଳେ ସବୁଠାରୁ ସ୍ୱଚ୍ଛ ରାଜ୍ୟ କ୍ଷେତ୍ରରେ ବାଜି ମାରିଛି ଛତିଶଗଡ ।

ଏହି ସର୍ବେକ୍ଷଣରେ ସବୁଠାରୁ ସ୍ୱଚ୍ଛ ସହର ହୋଇଛି ଇନ୍ଦୋର । ଏହା ସହିତ ଉଜୈନ ସବୁଠାରୁ ସ୍ୱଚ୍ଛ ମଧ୍ୟମ ସହର(୩-୧୦ ଲକ୍ଷ ଜନସଂଖ୍ୟା), ଭୋପାଳ ସବୁଠାରୁ ସ୍ୱଚ୍ଛ ରାଜଧାନୀ, ଅହମଦାବାଦ ସବୁଠାରୁ ସ୍ୱଚ୍ଛ ବଡ ସହର(୧୦ ଲକ୍ଷରୁ ଅଧିକ ଜନସଂଖ୍ୟା) ।

Leave A Reply

Your email address will not be published.