ତୃତୀୟ ଦିନିକିଆରେ ୭ ୱିକେଟରେ ପରାସ୍ତ ହେଲା ନ୍ୟୁଜିଲାଣ୍ଡ, ସିରିଜ କବଜା କଲା ଭାରତ

0

ନୂଆଦିଲ୍ଲୀ, ୨୮/୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ତୃତୀୟ ଦିନିକିଆରେ ବିରାଟସେନା ନ୍ୟୁଜିଲାଣ୍ଡକୁ ୭ ୱିକେଟରେ ପରାସ୍ତ କରିଛି । ଏହା ସହ ୫ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜକୁ ୩-୦ରେ କବଜା କରିଛି ଭାରତ ।

ନ୍ୟୁଜିଲାଣ୍ଡ ପ୍ରଥମେ ଟସ ଜିତି ବ୍ୟାଟିଂ ନିଷ୍ପତି ନେଇଥିଲା । ଦଳ ନିର୍ଧାରିତ ୫୦ ଓଭରରେ ୨୪୩ ରନର ସ୍କାର କରିଥିଲା । ଫଳରେ ଭାରତ ସମ୍ମୁଖରେ ୨୪୪ ରନର ବିଜୟ ଲକ୍ଷ ଧାର୍ଯ୍ୟ କରିଥିଲା ଦଳ । ଏହାର ଜବାବରେ ଭାରତ ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ ଧୂଆଁଧାର ବ୍ୟାଟିଂ ବଳରେ ମାତ୍ର ୪୩ ଓଭରରେ ୩ ୱିକେଟ ହରାଇ ବିଜୟ ହାସଲ କରିନେଇଥିଲା । ରୋହିତ ସର୍ବାଧିକ ୬୨ ରନ କରିଥିବା ବେଳେ କୋହଲି ୬୦ ରନ କରିଥିଲେ । ଏହା ସହ ଅମ୍ବତି ରାୟଡୁ(୪୦) ଏବଂ ଦିନେଶ କାର୍ତିକ ୩୮ ରନ କରି ଦଳକୁ ଲକ୍ଷ୍ୟସ୍ଥଳରେ ପହଁଚାଇଥିଲେ । ଏହି ମ୍ୟାଚ ଜିତିବା ପରେ ଭାରତ ସିରିଜ କବଜା କରିଛି । ଦଳ ଦ୍ୱିତୀୟ ଥର ପାଇଁ ନ୍ୟୁଜିଲାଣ୍ଡରେ ଦ୍ୱିପାକ୍ଷିକ ସିରିଜ ବିଜୟୀ ହୋଇଛି । ଏହା ପୂର୍ବରୁ ୨୦୦୮-୦୯ରେ ଦଳ ସିରିଜ ହାତେଇଥିଲା ।

ପ୍ରଥମେ ବ୍ୟାଟିଂ କରିଥିବା ଘରୋଇ ଦଳର ଆରମ୍ଭ ସେତେଟା ଭଲ ନଥିଲା। ୧୦ ରନ ସ୍କୋରରେ ଦଳ ପ୍ରଥମ ଓ୍ଵିକେଟ୍ ହରାଇଥିଲା। ମୁନରୋ(୭) ସାମିଙ୍କ ବଲରେ ଆଉଟ୍ ହୋଇ ପାଭିଲିୟନ ଫେରିଥିଲେ। ୨୬ ରନ ସ୍କୋରରେ ଅଭିଜ୍ଞ ଗୁପଟିଲଙ୍କୁ ଭୁବନେଶ୍ଵର କୁମାର ଦିନେଶ କାର୍ତ୍ତିକଙ୍କ ହାତରେ କ୍ୟାଚ୍ କରାଇ ନ୍ୟୁଜିଲାଣ୍ଡକୁ ବଡ଼ ଝଟକା ଦେଇଥିଲେ।

୨୬ ରନରେ ଓପନର ଦ୍ଵୟଙ୍କୁ ହରାଇବା ପରେ ଅଧିନାୟକ ଓ୍ଵିଲିୟମସନ ଓ ରସ ଟେଲର କିଛି ସମୟ ପାଳିକୁ ସମ୍ଭାଳିବାକୁ ଚେଷ୍ଟା କରିଥିଲେ। ଉଭୟ ତୃତୀୟ ଓ୍ଵିକେଟରେ ୩୩ ରନ ଯୋଡ଼ିଥିଲେ। ମାତ୍ର ୫୯ ରନ ସ୍କୋରରେ ଅଧିନାୟକ କେନ ଓ୍ଵିଲିୟମସନଙ୍କୁ ୟୁଜବେନ୍ଦ୍ର ଚହଲ ପାଭିଲିୟନ ପଠାଇ ଦଳକୁ ତୃତୀୟ ସଫଳତା ଦେଇଥିଲେ।

ଏହା ପରେ ରସ୍ ଟେଲର ଓ ଟମ ଲାଥମ ଦଳର ବ୍ୟାଟିଂ ଭାର ସମ୍ଭାଳିଥିଲେ। ଉଭୟ ବ୍ୟାଟସମ୍ୟାନ ଭାରତୀୟ ବୋଲରଙ୍କ ଉଚିତ୍ ମୁକାବିଲା କରି ଦଳର ସ୍କୋରକୁ ଆଗେଇ ନେଇଥିଲେ। ଦୁଇ ବ୍ୟାଟସମ୍ୟାନ ଚତୁର୍ଥ ଓ୍ଵିକେଟରେ 113ରନ ଶତକୀୟ ଭାଗିଦାରୀ ଯୋଡ଼ି ସ୍କୋରକୁ ୧୭୮ ରନରେ ପହଞ୍ଚାଇଥିଲେ। ମାତ୍ର ଏହି ସ୍କୋରରେ ଚହଲ ଟମ ଲାଥମଙ୍କୁ ଆଉଟ୍ କରି ନ୍ୟୁଜିଲାଣ୍ଡକୁ ଚତୁର୍ଥ ଝଟକା ଦେଇଥିଲେ। ଲାଥମ ଦିନିକିଆ କ୍ୟାରିୟରରେ ୧୩ତମ ଅର୍ଦ୍ଧଶତକ ହାସଲ କରି ବ୍ୟକ୍ତିଗତ ୫୧ ରନ ସ୍କୋରରେ ପାଭିଲିୟନ ଫେରିଥିଲେ।

ଗୋଟିଏ ପଟେ ରସ ଟେଲର କ୍ରିଜରେ ଧୈର୍ଯ୍ୟର ସହ ପାଳିକୁ ସମ୍ଭାଳିଥିବା ବେଳେ କ୍ଵିଓ୍ଵି ଦଳ ଶୀଘ୍ର ୨ଟି ଓ୍ଵିକେଟ୍ ହରାଇଥିଲା। ୧୯୧ ସ୍କୋରରେ ହେନରି ନିକୋଲାସ(୬) ଓ ମିଚେଲ ସାଣ୍ଟନର(୩) ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଲରେ ଆଉଟ୍ ହୋଇ ପାଭିଲିୟନ ଫେରିଥିଲେ।

ଏହା ପରେ ଦଳର ବ୍ୟାଟିଂ ଭାର ସମ୍ଭାଳିଥିବା ରସ୍ ଟେଲର ସାମିଙ୍କ ବଲରେ ଆଉଟ୍ ହୋଇ ଶତକରୁ ବଞ୍ଚିତ ହୋଇଥିଲେ। ସେ ୧୦୬ଟି ବଲରୁ ୯ ଚୌକା ଜରିଆରେ ୯୩ ରନର ମହତ୍ଵପୂର୍ଣ୍ଣ ପାଳି ଖେଳିଥିଲେ। ଦିନିକିଆ କ୍ୟାରିୟରରେ ଟେଲରଙ୍କ ଏହା ହେଉଛି ୪୬ ତମ ଅର୍ଦ୍ଧଶତକ। ଟେଲରଙ୍କ ଆଉଟ୍ ପରେ ଦଳ ବାକି ୩ଟି ଓ୍ଵିକେଟ୍ ଶୀଘ୍ର ହରାଇ ୨୪୩ରେ ଅଲଆଉଟ୍ ହୋଇଥିଲା। ଶେଷ ଆଡକୁ ଡଗ ବ୍ରେସଓ୍ଵେଲ ୧୫ ଓ ଇସ ସୋଢି ୧୨ ରନ କରିଥିଲେ।

ଭାରତ ପକ୍ଷରୁ ସାମି ୯ ଓଭରରେ ୪୧ ରନ ଦେଇ ସର୍ବାଧିକ ୩ଟି ସଫଳତା ପାଇଥିଲେ। ସେହିପରି ଭୁବନେଶ୍ଵ କୁମାର, ୟୁଜବେନ୍ଦ୍ର ଚହଲ ଓ ହାର୍ଦ୍ଦିକ ପାଣ୍ଡ୍ୟା ପ୍ରତ୍ୟେକ ୨ଟି ଲେଖାଏଁ ଓ୍ଵିକେଟ୍ ନେଇଥିଲେ।

Leave A Reply

Your email address will not be published.