ତେଲେଙ୍ଗାନା ନିର୍ବାଚନ : ଟିଡିପିର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥି ଘୋଷଣା

ହାଇଦ୍ରାବାଦ ,୧୩/୧୧: ତେଲେଙ୍ଗାନା ବିଧାନସଭା ନିର୍ବାଚନ ପାଇଁ ତେଲଗୁ ଦେଶମ ପାର୍ଟି(ଟିଡିପି) ପ୍ରାର୍ଥୀ ତାଲିକା ଘୋଷଣା କରିଛି। ସୋମବାର ବିଳମ୍ବିତ ରାତିରେ ୯ ଜଣ ପ୍ରାର୍ଥୀଙ୍କର ଏକ ତାଲିକା ଘୋଷଣା କରିଛି। ସୂଚନାଯୋଗ୍ୟ, ଏହାର ସହଯୋଗୀ କଂଗ୍ରେସ ପ୍ରଥମ ପର୍ଯ୍ୟାୟରେ ୬୫ ଜଣ ପ୍ରାର୍ଥୀଙ୍କର ଏକ ତାଲିକା ଘୋଷଣା କରିଥିଲା। ଟିଡିପି କଂଗ୍ରେସ ସହ ମେଣ୍ଟ କରୁଥିବା ବେଳେ ଚନ୍ଦ୍ରଶେଖର ରାଓଙ୍କ ନେତୃତ୍ୱାଧିନ ଟିଆର୍‌ଏସ୍‌ ସରକାରଙ୍କୁ ହଟାଇବା ଏହାର ମୂଳ ଲକ୍ଷ୍ୟ।