ତେଲେଙ୍ଗାନା :୧୮ରୁ ୧୨ ବିଧାୟକ କଂଗ୍ରେସ ଛାଡ଼ିବେ !

0

ହାଇଦ୍ରାବାଦ୍‌,୬/୬: ଲୋକସଭା ନିର୍ବାଚନରେ କଂଗ୍ରେସର ନୈରାଶ୍ୟଜନକ ପ୍ରଦର୍ଶନ ଗୋଟିଏ ପରେ ଗୋଟିଏ ସମସ୍ୟା ସୃଷ୍ଟି କରିବାରେ ଲାଗିଛି। ତେଲେଙ୍ଗାନା ବିଧାନସଭାରେ ଥିବା ୧୮ କଂଗ୍ରେସ ବିଧାୟକଙ୍କ ମଧ୍ୟରୁ ୧୨ ଜଣ କ୍ଷମତାସୀନ କେସିଆରଙ୍କ ଟିଆରଏସ୍‌ରେ ସାମିଲ ହେବେ। ଏଥିପାଇଁ ବିଧାୟକମାନେ ଏକାଠି ହୋଇଥିବା ଜଣାପଡ଼ିଛି। ଏଥିସହ ସେମାନେ ତେଲେଙ୍ଗାନା ବିଧାନସଭା ବାଚସ୍ପତି ପୋଚରାମ ଶ୍ରୀନିବାସଙ୍କୁ ସାକ୍ଷାତ କରିଛନ୍ତି। ଅନ୍ୟପକ୍ଷରେ ରାଜ୍ୟ କଂଗ୍ରେସ ଏଭଳି ଅଭିଯୋଗକୁ ଖଣ୍ଡନ କରିବା ସହ କେସିଆର୍ ଅର୍ଥ ଲୋଭ ଦେଖାଇ ବିଧାୟକଙ୍କୁ କିଣିବାକୁ ଚେଷ୍ଟା କରୁଥିବା କହିଛି।

ଗତ ଲୋକସଭା ନିର୍ବାଚନରେ କଂଗ୍ରେସ ମାତ୍ର ୫୨ଟି ଆସନ ଜିତିଛି। ସେହିପରି ଦଳ ତେଲେଙ୍ଗାନାର ୧୭ଟି ଲୋକସଭା ଆସନରୁ କଂଗ୍ରେସ ମାତ୍ର ୩ଟିରେ ବାଜିମାରିଛି। ଏଠାରେ ବିଜେପି ୪ଟି ଆସନ ଜିତିଥିବା ବେଳେ କେସିଆରଙ୍କ ଟିଆରଏସ୍‌ ୯ଟି ଆସନ ପାଇଛି। ଉଲ୍ଲେଖଯୋଗ୍ୟ, ମୁଖ୍ୟମନ୍ତ୍ରୀ କେସିଆରଙ୍କ ଝିଅ ନିଜାମାବାଦରୁ ପ୍ରାର୍ଥୀ ହୋଇଥିବା ବେଳେ ତାଙ୍କୁ ବିଜେପି ପ୍ରାର୍ଥୀଙ୍କ ଠାରୁ ହାରିବାକୁ ପଡ଼ିଛି।

Leave A Reply

Your email address will not be published.