ଦକ୍ଷୀଣ ଫିଲିପିନରେ ୬.୯ ତୀବ୍ରତାର ଭୂମିକମ୍ପ, ସୁନାମୀ ଆଲର୍ଟ ଜାରୀ

0

ଫିଲିପିନ, ୨୯/୧୨: ଦକ୍ଷୀଣ ଫିଲିପିନର ମିନ୍ଦନାଓ ଦ୍ୱୀପରେ ଶନିବାର ୬.୯ ତୀବ୍ରତାର ଭୂମିକମ୍ପ ଅନୁଭବ କରାଯାଇଛି । ଏହା ସହିତ ଫିଲିପିନି ଏବଂ ତା’ର ପଡୋସୀ ଦେଶ ଇଣ୍ଡୋନେସିଆର କେତେକ ଅଞ୍ଚଳରେ ସୁନାମୀର ଆଶଙ୍କା ମଧ୍ୟ ପ୍ରକାଶ ପାଇଛି । ଆମେରିକାର ଭୂଗର୍ଭ ସର୍ବେକ୍ଷଣ ପକ୍ଷରୁ କୁହାଯାଇଛି କି, କେନ୍ଦ୍ରାଞ୍ଚଳରେ ଥିବା ଶହରର ଦକ୍ଷୀଣ ପୂର୍ବରେ ୫୯ କିଲୋମିଟର ଗଭୀରର ଭୂକମ୍ପ ଅନୁଭୁତ ହୋଇଛି । ପ୍ରଶାନ୍ତ ସୁନାମି ଚେତାବନୀ କେନ୍ଦ୍ରର ସୁଚନା ଅନୁଯାୟୀ, ଏହି ଭୂକମ୍ପ ଦ୍ୱାରା ଇଣ୍ଡୋନେସିଆ ଏବଂ ଫିଲିପିନର ତଟରେ ସୁନାମିର କ୍ଷତିକାରକ ସାମୁଦ୍ରୀକ ଲହଡି ଉଠିବାର ଆଶଙ୍କା ରହିଛି । ତେବେ ୩୦ ସେମି ଉଚ୍ଚତାର ଲହଡି ଉଠିବାର ଅନୁମାନ କରାଯାଇଥିବା ଫିଲିପିନ ସରକାର ପକ୍ଷରୁ କୁହାଯାଉଛି । ଦେଶର ଦକ୍ଷୀଣ ଦିଗରେ ଅବସ୍ଥିତ ଶହରଗୁଡିକରେ ମଧ୍ୟମ ଧରଣର ଭୂକମ୍ପ ଝଟକା ଅନୁଭବ କରାଯାଇଥିବା ଫିଲିପିନ ପାଣିପାଗ ବିଜ୍ଞାନ କାର୍ଯ୍ୟାଳୟ ପକ୍ଷରୁ ସୁଚନା ମିଳିଛି । ତେବେ ଏହି ଭୂକମ୍ପରେ କୌଣସି ବିଶେଷ ଧରଣର କ୍ଷୟକ୍ଷତି ହୋଇଥିବା ଏବେ ସୁଦ୍ଧା ପ୍ରକାଶ ପାଇନାହିଁ । ପିଲିପିନ ଏବଂ ଇଣ୍ଡୋନେସିଆରେ ସମୟ ସମୟ କ୍ରମେ ଭୂକମ୍ପ ଅନୁଭୁତ ହୋଇଥାଏ । ୨୦୧୩ ମସିହାରେ ଫିଲିପିନରେ ହୋଇଥିବା ୭.୧ ତୀବ୍ରତାର ଭୂକମ୍ପରେ ରେ ୨୨୦ ଜଣ ପ୍ରାଣ ହରାଇଥିବା ବେଳେ ଐତିହାସିକ ଗିରିଜା ଘର ଧ୍ୱଂସ ହୋଇଯାଇଥିଲା ।

Leave A Reply

Your email address will not be published.