ଦହି ଚିଙ୍ଗୁଡି

ସାମଗ୍ରୀ-୫୦୦ ଗ୍ରାମ ମଧ୍ୟମ ସାଇଜର ଚିଙ୍ଗୁଡ଼ି, ୧ ଚାମଚ ସୋରିଷ ତେଲ, ୬ଟା ପାଖୁଡ଼ା ରସୁଣ, ୬ଟା କଞ୍ଚାଲଙ୍କା, ଏକ କପ୍‌ ଦହି, ଅଧାକପ୍‌ ତେଲ, ଦରକାର ଅନୁଯାୟୀ ଲୁଣ ଓ ହଳଦୀ ।
ପ୍ରଣାଳୀ-ସୋରିଷ, ରସୁଣ ଓ କଞ୍ଚାଳଙ୍କାକୁ ଚିକ୍‌କଣ କରି ବାଟି ଦେବ । ଚିଙ୍ଗୁଡ଼ିରୁ ଚୋପା ଛଡ଼ାଇ ଭଲରୂପେ ତାକୁ ଧୂଆଧୋଇ କରିଦେବ । ଦହି ସୋରିଷ ବଟା, ଲୁଣ, ହଳଦୀ, ଚିଙ୍ଗୁଡି ମାଛ ଓ କଞ୍ଚାତେଲ ଭଲଭାବେ ମିଶାଇ ଢାଙ୍ଗୁଣୀ ଘୋଡ଼ାଇ କମ୍‌ ନିଆଁରେ ବସାଇବ । ଚିଙ୍ଗୁଡ଼ି ସିଝିଯାଇ ଅଳ୍ପ ଝୋଳ ରଖିଲେ ତରକାରୀ ଓହ୍ଲାଇଦେବ । ଏହାପରେ ଗରମ ଭାତ ସହ ଏହାକୁ ପରଶନ୍ତୁ ।