ଦାମୀ ବାଇକ୍‌

0

ବର୍ତ୍ତମାନ ଯୁବକମାନଙ୍କର ପ୍ରଥମ ପସନ୍ଦ ହେଉଛି, ରେସିଂ, ଦାମୀ ଏବଂ ଓଜନଦାର୍‌ ବାଇକ୍‌ ଚଳାଇବା । ଏହାକୁ ଆଖି ଆଗରେ ରଖି ବାଇକ୍‌ କମ୍ପାନୀମାନେ ବଜାରକୁ ଭଳିକି ଭଳି ବାଇକ୍‌ମାନଙ୍କର ପ୍ରବେଶ କରାଉଛନ୍ତି । ଯାହାର ଦାମ୍‌ ଦାମୀ କାର୍‌ମାନଙ୍କଠାରୁ ବି ଖୁବ୍‌ ଅଧିକ ରହିଛି । ତଥାପୀ କିଣିବା ପାଇଁ ପଛ ଘୁଞ୍ଚା ଦେଉନାହାନ୍ତି ଯୁବପୀଢି । ନିକଟରେ ଏପରି ଏକ ଘଟଣା ସାମ୍ନାକୁ ଆସିଛି । ଯେଉଁଥିରେ ଦେଖିବାକୁ ମିଳିଛି ୧୯୫୧ ମସିହାର ଭିନ୍ସେଣ୍ଟ ମଟର ସାଇକେଲ୍‌ । ଏକ ନିଲାମୀ ପ୍ରକ୍ରିୟାରେ ଏହି ବାଇକ୍‌ ୬ କୋଟି ଟଙ୍କାରେ ବିକ୍ରି ହୋଇଛି ଏବଂ ଏହା ନିଲାମ ହୋଇଥିବା ବିଶ୍ୱର ସବୁଠୁ ଦାମୀ ବାଇକ୍‌ । ଏହି ବାଇକ୍‌ଟିକୁ କିଏ କିଣିଛନ୍ତି, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଏହାପୂର୍ବରୁ ୨୦୧୫ରେ ୧୯୧୫ ମଡେଲ ସାଇକ୍ଲୋନ ବାଇକ୍‌ ପ୍ରାୟ ୪.୯ କୋଟି ଟଙ୍କାରେ ବିକ୍ରି ହୋଇଥିଲା । ସୂଚନାଯୋଗ୍ୟ, ଭିନସେଣ୍ଟ ବ୍ଲାକ୍‌ରେ କେବଳ ୩୧ଟି ମଡେଲ କମ୍ପାନୀ ତିଆରି କରିଥିଲା । ଏହି ବାଇକ ମଡେଲ ତିଆରି କରିଥିବା ରେସର୍‌ ଜ୍ୟାକ୍‌ ୨୨୮ କିଲୋମିଟର ପ୍ରତି ଘଣ୍ଟା ହିସାବରେ ଗାଡ଼ି ଚଳାଇ ରେକର୍ଡ କରିଥିଲେ ।

Leave A Reply

Your email address will not be published.