ଦୁନିଆରେ ବହୁତ ସ୍କୁଲ ଅଛି ଯେଉଁଠାରେ ଅନେକ ପ୍ରକାର ସୁବିଧା ସୁଯୋଗ ଉପଲବ୍ଧ ରହିଛି । ସେହିପରି ଗୁଜୁରାଟ ଅହମଦାବାଦରେ ଏକ ସ୍କୁଲ ଅଛିି ଯେଉଁଠାରେ ଦୃଷ୍ଟିହୀନ ବାଳିକା ମାନଙ୍କୁ ଶିକ୍ଷା ଦିଆଯାଏ। ସେମାନଙ୍କୁ ଶିକ୍ଷା ଦେବାସହ ଏଠାରେ ଏକ ଭିନ୍ନ ଧରଣର ପରମ୍ପରା ମଧ୍ୟ ପାଳନ କରାଯାଏ । ଏହି ଦିବ୍ୟାଙ୍ଗ ସ୍କୁଲର ନାଁ ହେଉଛି ‘ଅନ୍ଧ କନ୍ୟା ପ୍ରକାଶ ଗୃହ’ । ବର୍ତ୍ତମାନ ଏହି ସ୍କୁଲ ତା’ ଭିନ୍ନ ପରମ୍ପରା ପାଇଁ ଦେଶରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି । ଏହି ସ୍କୁଲ ଖୋଲିବାର ମୂଳ ଲକ୍ଷ ଥିଲା ଦିବ୍ୟାଙ୍ଗ କନ୍ୟା ମାନଙ୍କୁ ଉଚ୍ଚ ଶିକ୍ଷୀତା କରିବା । ୧୯୫୪ରେ ଏହି ସ୍କୁଲଟି ନୀଳକାନ୍ତ ରାଏ ଛତ୍ରପତି ୧୦ହଜାର ଟଙ୍କାରେ ଏହି ସ୍କୁଲର ମୂଳଦୁଆ ପକାଇଥିଲେ । ଏହି ବିଦ୍ୟାଳୟଟି ପ୍ରଥମେ ୪ ଜଣ ଛାତ୍ରୀଙ୍କୁ ନେଇ ଆରମ୍ଭ କରାଯାଇଥିଲା । ତେବେ ଏହି ବିଦ୍ୟାଳୟରେ ପଢ଼ୁଥିବା କନ୍ୟାମାନଙ୍କର ବିବାହ ବୟସ ହୋଇଗଲେ ବିଦ୍ୟାଳୟ କତ୍ତୃପକ୍ଷ ଏମାନଙ୍କ ପାଇଁ ଉପଯୁକ୍ତ ବର ଖୋଜି ସେମାନଙ୍କ ବାହାଘର କରିଦିଅନ୍ତି ଯାହା ଅନ୍ୟ କେଉଁ ବିଦ୍ୟାଳୟରେ ଦେଖିବାକୁ ମିଳେ ନାହିଁ ଓ ଯାହା ହେଉଛି ଏହି ଦିବ୍ୟାଙ୍ଗ ବିଦ୍ୟାଳୟର ଭିନ୍ନ ପରମ୍ପରା । ଏଠାରେ ଦିବ୍ୟାଙ୍ଗ ମାନେ କେବଳ ଯେ ପାଠ ପଢ଼ନ୍ତି ତା’ ନୁହେଁ । ପାଠପଢ଼ା ବ୍ୟତୀତ ଏହି କନ୍ୟା ମାନଙ୍କ ଅର୍ନ୍ତଃନିହୀତ ଗୁଣାବଳୀକୁ ମଧ୍ୟ ଏଠାର କତ୍ତୃପକ୍ଷ ପ୍ରୋତ୍ସାହନ ଦିଅନ୍ତି । ଦୀପାବଳିରେ ଡିଜାଇନ୍ର ଦୀପ, ବିଭନ୍ନ ଡିଜାଇନ୍ ଜୁଏଲରୀ ଏହି ଆବାସୀକ ବିଦ୍ୟାଳୟରେ ଥିବା ଦିବ୍ୟାଙ୍ଗମାନେ ତିଆରି କରିଥାନ୍ତି ଯାହାର ଚାହିଦା ବଜାରରେ ବେଶ୍ ଅଧିକ । କହିବାକୁ ଗଲେ ଏହି ଦିବ୍ୟାଙ୍ଗମାନେ କୌଣସି ଗୁଣରେସାଧାରଣ ଛାତ୍ରୀଙ୍କଠାରୁ କମ୍ ନୁହନ୍ତି ।