ଦିଲ୍ଲୀରେ ଦିବ୍ୟାଙ୍ଗ ଦିବସ ସଶକ୍ତିକରଣ ସମାରୋହରେ ‘ରୋଲ ମଡେଲ’ ହେଲେ ଓଡ଼ିଶାର ରୁଶାଲି

0

ନୂଆଦିଲ୍ଲୀ, ୩/୧୨ : ଆନ୍ତର୍ଜାତୀୟ ଦିବ୍ୟାଙ୍ଗ ଦିବସ ଅବସରରେ ଆଜି ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଦିବ୍ୟଙ୍ଗନ ସଶକ୍ତିକରଣ ରାଷ୍ଟ୍ରୀୟ ପୁରସ୍କାର ୨୦୧୮ ଅନୁଷ୍ଠିତ ହୋଇଯାଇଛି। ଏହି ସମାରୋହରେ ‘ରୋଲ ମଡେଲ’ ବର୍ଗରେ ଓଡ଼ିଶାର ରୁଶାଲି ଜେନା ସମ୍ମାନିତ ହୋଇଛନ୍ତି । ଭାରତ ସରକାରଙ୍କ ଦ୍ଵାରା ଆୟୋଜିତ ପିଉପୁଲ ୱିଥ୍ ଡିଜାବିଲିଟ୍ ସମାରହର ପ୍ରଥମଥର ପାଇଁ ସେ ଓଟିଯିମ କ୍ଷେତ୍ରରେ ରୋଲ ମଡେଲ ହିସାବରେ ପୁରସ୍କାର ପାଇଛନ୍ତି। ପୂର୍ବରୁ ସେ ଓଡ଼ିଶାରେ ମୁଖ୍ୟମନ୍ତ୍ରୀଙ୍କ ଠାରୁ ରେଡ଼କ୍ରସ ପୁରସ୍କାର ପାଇଛନ୍ତି। ସାମାଜିକ କଲ୍ୟାଣ ବିଭାଗ ତରଫରୁ ହେଉଥିବା ଚିତ୍ରାଙ୍କନ ପ୍ରତିଯୋଗିତାରେ ସେ ଗତ ତିନି ବର୍ଷ ହେବ ପ୍ରଥମ ସ୍ଥାନ ଅଧିକାର କରୁଛନ୍ତି। ତେବେ ଓଡିଶା ସମେତ ସମସ୍ତ ରାଜ୍ୟରୁ ମନୋନୀତ ହୋଇଥିବା ଦିବ୍ୟାଙ୍ଗଜନଙ୍କୁ ଏହି ସମାରହରେ ଉପରାଷ୍ଟ୍ରପତି ଭେଙ୍କୟା ନାୟୁଡୁ ସମ୍ମାନିତ କରିବେ।

Leave A Reply

Your email address will not be published.