ନୂଆଦିଲ୍ଲୀ,୮/୧: ଦିଲ୍ଲୀର ତାଲକଟୋରା ଷ୍ଟାଡିଅମରେ ବିଜେଡି ଚାଷୀଙ୍କ ପାଇଁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍ଏସ୍ପି) ୨୯୩୦ ଟଙ୍କାକୁ ବୃଦ୍ଧି କରିବା ଦାବିରେ କୃଷକ ଅଧିକାର ସମାବେଶ କରାଯାଇଛି । ଦିଲ୍ଲୀରେ କୃଷକ ଅଧିକାର ସମାବେଶ କରି କେନ୍ଦ୍ରକୁ ଟାର୍ଗେଟ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାସହ ପୁଣି ଥରେ ଓଡଶାକୁ ଅର୍ଥିକ ସ୍ୱତନ୍ତ୍ରତା ପାଇଁ ଦାବି କରିଛି ବିଜେଡି ।
ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ଦାବି କରି ଏହି ସମାବେଶ କରିଛି ବିଜେଡି । ଏହି ସମାବେଶରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ଏମଏସପି ବୃଦ୍ଧି କରିବା କେନ୍ଦ୍ରର ଦାୟିତ୍ୱ ବୋଲି କହିଛନ୍ତି । ସ୍ୱାମୀନାଥନ କମିଟି ରିପୋର୍ଟ କାର୍ଯ୍ୟକାରୀ କରିବା କେନ୍ଦ୍ରର ଦାୟିତ୍ୱ । କୃଷକଙ୍କୁ ଦେଇଥିବା ପ୍ରତିଶ୍ରୁତି ଭୁଲି ଯାଇଛି ବିଜେପି ସରକାର । ଏହା ଓଡଶାକୁ ଆର୍ଥିକ ସ୍ୱତନ୍ତ୍ରତା ଦବା କଥା ଦୋହରାଇଛନ୍ତି । ଓଡିଶାକୁ ଅର୍ଥିତ ସ୍ୱାଧିନତା ଦେଇଥିଲେ ଦିଲ୍ଲୀ ଆସିବାକୁ ପଡି ନଥାନ୍ତ । ଆମ ପାଣ୍ଠିରୁ ଆମେ ଚାଷୀଙ୍କ ହକ ଦେଇଥାନ୍ତୁ । ଏମଏସପି ବୃଦ୍ଧି ନେଇ ବାରମ୍ବାର କେନ୍ଦ୍ର ନିକଟରେ ଅଭିଯୋଗ କରିଛୁ । ଏମଏସପି ପାଇବା ଚାଷୀଙ୍କ ହକ, ଚାଷୀଙ୍କୁ ଦୟା ନୁହେଁ । କୃଷକମାନେ ହେଉଛନ୍ତି ଦେଶର ଆତ୍ମା । ତେଣୁ କୃଷକଙ୍କ ପ୍ରଗତି ପାଇଁ କାଳିଆ ଯୋଜନା ଆରମ୍ଭ ହୋଇଛି । ଚାଷୀଙ୍କ ହକ ପାଇଁ ବିଜେଡିର ଲଢେଇ ଜାରି ରହିବ ବୋଲି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କହିଛନ୍ତି । ଏହି ସମାବେଶରେ ବିଜେଡିର ସମସ୍ତ ବିଧାୟକ ଓ ସାଂସଦମାନଙ୍କ ସହ ଦଳର ବହୁ କର୍ମୀ ସାମିଲ ହୋଇଛନ୍ତି ।