ନୂଆଦିଲ୍ଲୀ,୧୯/୧୧: ଜାତୀୟ ରାଜଧାନୀ ଦିଲ୍ଲୀ ସମେତ ଉତ୍ତର ଭାରତର କେତେକ ସ୍ଥାନରେ ଭୂକମ୍ପ ଅନୁଭୂତ ହୋଇଛି। ଦିଲ୍ଳୀ ଏନ୍ସିଆର୍ ବ୍ୟତୀତ ଲକ୍ଷ୍ନୌ, ଚଣ୍ଡିଗଡ଼, ନେଇଡ଼ା ଓ ଗୁରୁଗ୍ରାମ ସମେତ ଉତ୍ତର ଭାରତର ଅନେକ ସ୍ଥାନରେ ଏହି ଭୂକମ୍ପ ଅନୁଭୂତ ହୋଇଛି। ପ୍ରାଥମିକ ତଦନ୍ତ ଅନୁସାରେ ଭୂକମ୍ପ କେନ୍ଦ୍ର ଭାରତ-ନେପାଳ ନିକଟରେ ଚିହ୍ନଟ ହୋଇଛି। ଏହା କାରଣରୁ ଉତ୍ତର ପ୍ରଦେଶଶ ଓ ଉତ୍ତରଖଣ୍ଡର କେତେକ ସ୍ଥାନରେ ମଧ୍ୟ ଭୂକମ୍ପ ଅନୁଭୂତ ହୋଇଛି। ସଂଧ୍ୟା ପ୍ରାୟ ୭.୩୦ ସମୟରେ ଏହି ଭୂମିକମ୍ପ ହୋଇଥିବା ସୂଚନା ରହିଛି। ତେବେ, କେତେ ତୀବ୍ରତାରେ ଭୂକମ୍ପ ହୋଇଛି ତାହା ଏଯାବତ୍ ଜଣାପଡ଼ି ନାହିଁ।