ଦିଲ୍ଲୀ,୨/୭: ଦିଲ୍ଲୀର ହୌଜ କାଜି ଅଞ୍ଚଳରେ ଏକ ସାଧରଣ ବିବାଦ ପରେ ପୁରୁଣା ଦୁର୍ଗା ମାଆଙ୍କ ମନ୍ଦିର ଏବଂ ପ୍ରତିମୂର୍ତ୍ତି ଭଙ୍ଗାରୁଜା ଘଟଣାରେ ପୋଲିସ ତିନି ଜଣଙ୍କୁ ଗିରଫ କରିଛି । ଗିରଫ ହୋଇଥିବା ତିନି ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ନାବାଳକ ରହିଛି । ସିସିଟିଭି ଆଧାରରେ ଏମାନଙ୍କୁ ଗିରଫ କରାଯାଇଛି । ସ୍ଥାନୀୟ ଅଞ୍ଚଳରେ ଲାଗିଥିବା ସିସିଟିଭିରେ ଏହି ଅଭିଯୁକ୍ତ ମାନେ ଭଙ୍ଗାରୁଜା କରୁଥିବା ଦେଖିବାକୁ ମିଳିଛି ।
କେନ୍ଦ୍ରମନ୍ତ୍ରୀ ହର୍ଷବର୍ଦ୍ଧନ ଆଜି ମନ୍ଦିର ପରିଦର୍ଶନ କରି କହିଛନ୍ତି ଯେ, ମନ୍ଦିରରେ ହୋଇଥିବା ଭଙ୍ଗାରୁଜା ଘଟଣା କ୍ଷମାଯୋଗ୍ୟ ନୁହେଁ । ପୁଲିସ ପୂର୍ବରୁ ଏହି ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସାରିଛି, ଅତି ଶୀଘ୍ର ସବୁ ଅଭିଯୁକ୍ତଙ୍କୁ ଗିରଫ କରି ଦଣ୍ଡ ଦିଆଯିବ ।
ସୋମବାର ଦିନ ପାର୍କିଂ ପାଇଁ ହୋଇଥିବା ଝଗଡା ସମ୍ପ୍ରଦାୟିକ ରୁପ ନେଇଥିଲା , ଯାହାପରେ ପୂରା ଅଞ୍ଚଳରେ ଭୟର ବାତା ବରଣ ସୃଷ୍ଟି ହୋଇଥିଲା ।
ଦିଲ୍ଲୀର ଚାନ୍ଦନୀ ଚୌକ ଅଞ୍ଚଳରେ ମୁସଲମାନ ସମାଜର ଲୋକଙ୍କ ଉପରେ ମନ୍ଦିର ଭାଙ୍ଗାରୁଜା ଅଭିଯୋଗ ହୋଇଥିଲା । ସୋସିଆଲ ମିଡିଆରେ ଲୋକମାନେ ଅନେକ ଭିଡିଓ ସେୟାର କରିଥିଲେ । ଯେଉଁଥିରେ ମୁସଲମାନ ସମ୍ପ୍ରଦାୟର ଲୋକମାନେ ମନ୍ଦିର ଭଙ୍ଗାରୁଜା କରିଥିବା ଅଭିଯୋଗ କରାଯାଇଥିଲା । ଦିଲ୍ଲୀ ସରକାରରେ ମନ୍ତ୍ରୀ ଥିବା କପିଲ ମିଶ୍ର ଦୁଇଟି ଟ୍ୱିଟ କରି ଏହା ଉପରେ ପ୍ରତିକ୍ରିୟା ଦେଇ କହିଥିଲେ ଯେ,ଏହା ପାକିସ୍ତାନ ନୁହେଁ ବରଂ ଦିଲ୍ଲୀର ଚାବଡୀ ବଜାର ହିନ୍ଦୁ ମନ୍ଦିର । ଏହି ଘଟଣା ସୋମବାରର,କିଛି ଧର୍ମ ବିଶେଷର ଭିଡତନ୍ତ୍ର ମନ୍ଦିରରେ ପଶି ସେଠାକାର ମୂର୍ତ୍ତି ଭାଙ୍ଗିଛନ୍ତି । ଏହି କାମ କୌଣସି ଗୁଣ୍ଡା କିମ୍ୱା ଅସାଧୁ ଲୋକଙ୍କ ନୁହେଁ ବରଂ ସଂଖ୍ୟାଧିକ ସ୍ଥାନୀୟ ଲୋକଙ୍କ ଦ୍ୱାରା କରାଯାଇଛି । ସେମାନେ ନିଜ ଧର୍ମରେ ନାରା ଦେଇ ମନ୍ଦିର ଭାଙ୍ଗିଥିଲେ ।
ମିଳିଥିବା ସୂଚନା ଅନୁସାରେ ଦିଲ୍ଲୀର ଚାନ୍ଦନୀ ଚୌକରେ ଥିବା ଏକ ପୁରୁଣା ମନ୍ଦିର ଭିଡତନ୍ତ୍ରର ଶିକାର ହୋଇଛି । ସୋସିଆଲ ମିଡିଆରେ ପୋଷ୍ଟ ହୋଇଥିବା ଏହି ଭିଡିଓରେ କୁହାଯାଉଛି ଯେ, ଚାନ୍ଦନୀ ଚୌକର ଲାଲ କୋନ ଅଞ୍ଚଳରେ ଥିବା ମାଆ ଦୁର୍ଗାଙ୍କ ମନ୍ଦିରକୁ ଜୁନ 30 ତାରିଖ ରାତିରେ 300-400 ଜଣ ମୁସଲମାନ ସମ୍ପ୍ରଦାୟର ଲୋକେ ଟାର୍ଗେଟ କରି ମାଆଙ୍କ ପ୍ରତିମୂତ୍ତି ଭଙ୍ଗାରୁଜା କରିଥିଲେ । ଏହାସହ ଏହା ଆଖପାଖରେ ଥିବା ହିନ୍ଦୁ ପରିବାରର ଘର ଉପରେ ମଧ୍ୟ ଆକ୍ରମଣ କରିଥିଲେ ।