ମୁମ୍ବାଇ,୧୫/୧୧: ଦୀପିକା ଓ ରଣବୀରଙ୍କର ସିନ୍ଧି ରୀତି ନୀତିରେ ବିବାହ ଅନୁଷ୍ଠିତ ହେବ । ଆଜି ଦୀପିକା ଓ ରଣବୀର ସନ୍ଧ୍ୟାରେ ବିବାହାର ଫଟୋ ସୋସିଆଲ ମିଡିଆରେ ଅପଲୋଡ କରି ପାରନ୍ତି । ଦୀପିକା ଓ ରଣବୀର ନିଜ ବିବାହକୁ ପ୍ରାଇଭେଟ ରଖିବାକୁ ଚାହିଁଥିଲେ । ଏପରିକି ସେ ବିବାହ କରୁଥିବା ଭିଲ୍ଲା ଚାରିପଟେ ପାଣିରେ ମଧ୍ୟ ସିକ୍ୟୁରିଟି ବ୍ୟବସ୍ଥା କରାଯାଇଛି । ଏହା ପରେ ମଧ୍ୟ ସେମାନଙ୍କ ବିବାହର କେତୋଟି ଫଟୋ ଭାଇରାଲ ହୋଇଛି । ସୂଚନାଯୋଗ୍ୟ ଯେ, ଗତକାଲି ବାହାଘରର କଷ୍ଟ୍ୟୁମ ଥିଲା ଧଳା । ବର କନ୍ୟାଙ୍କ ସହ ବାହାଘରରେ ଉପସ୍ଥିତ ପରିବାରଲୋକେ ଏବଂ ବନ୍ଧୁ ପରିଜନ ମଧ୍ୟ ଧଳା ପୋଷାକ ପିନ୍ଧିଥିଲେ । ଦୀପିକା ଧଳା ରଙ୍ଗର କାଞ୍ଜିବରମ ଶାଢ଼ୀ ପିନ୍ଧିଥିଲେ ଯେଉଁଥିରେ ସୁନେଲି କାମ ହୋଇଥିଲା । ଏହା ସହ ସୁନା ଗହଣା, ସହ ମୁଣ୍ଡରେ ଧଳା ଗଜରାରେ ସଜେଇ ହୋଇଥିଲେ । ରଣବୀର ମଧ୍ୟ ଧଳା ରଙ୍ଗର ସେରୱାନି ପିନ୍ଧିଥିଲେ ଯେଉଁଥିରେ ସୁନେଲି କାମ ହୋଇଥିଲା । ପୁରା ମଣ୍ଡପ ଧଳା ଫୁଲରେ ସଜା ଯାଇଥିଲା । ପ୍ରାୟ ୮୦୦୦ ଫୁଲରେ ମଣ୍ଡପ ସଜା ଯାଇଥିବା ଜଣାପଡିଛି । ଉଭୟ ରଣବୀର ଏବଂ ଦୀପିକାଙ୍କ ମନପସନ୍ଦ ରଙ୍ଗ ଧଳା ହୋଇଥିବାରୁ ସେମାନେ ବାହାଘର ଥିମ ଧଳା ରଖିଥିବା ଜଣାପଡିଛି ।