ବର୍ତ୍ତମାନ ସମୟରେ ଦିନକୁ ଦିନ ଲୋକଙ୍କ ଆୟୁ କମିଯାଉଥିବାବେଳେ ବହୁତ କମ୍ ଲୋକ ୧୦୦ବର୍ଷ ପର୍ଯ୍ୟନ୍ତ ଜିଇଁପାରୁଛନ୍ତି । କିନ୍ତୁ ଜାପାନରେଅଧିକାଂଶ ଲୋକ ୧୦୦ବର୍ଷରୁ ଅଧିକ ବର୍ଷ ବଞ୍ଚିପାରୁଥିବାର ଜଣାଯାଇଛି । ତେବେ ନିକଟରେ କରାଯାଇଥିବା ସର୍ଭେରୁ ଜଣାଯାଇଛି ଜାପାନର ସର୍ବମୋଟ ୬୭,୭୮୫ଜଣ ବୃଦ୍ଧ ଅଛନ୍ତି ଯାହାଙ୍କ ଆୟୁ ୧୦୦ବର୍ଷରୁ ବି ଅଧିକ ଅଟେ । ଏହି ଦୀର୍ଘାୟୁ ବରିଷ୍ଯଙ୍କ ମଧ୍ୟରେ ୮୮.୧ ପ୍ରତିଶତ ଲୋକ ମହିଳା ଅଟନ୍ତି । ତେବେନେଇ ଜାପାନ ସରକାର କହିଛନ୍ତି ସ୍ୱାସ୍ଥ୍ୟ ସେବାରେ ଉନ୍ନତି ଓ ଲୋକଙ୍କ ମଧ୍ୟରେ ସ୍ୱାସ୍ଥ୍ୟକୁ ନେି ଗଢିଉଠିଥିବା ଜାଗରଣ ହିଁ ମୁଖ୍ୟ କାରଣ । ଏହି ତାଲିକାରେ ଜାପାନର ପୂର୍ବ ପ୍ରଧାନମନ୍ତ୍ରୀ ୟାସୁହିରୋ ନାକାସୋନେ ଯେ ଏହି ବର୍ଷ ୧୦୦ ବର୍ଷ ବୟସରେ ପଦାର୍ପଣ କରିଛନ୍ତି ତାଙ୍କୁ ମଧ୍ୟଏହି ତାଲିକାରେ ସାମିଲ କରାଯାଇଛି । ୧୯୭୧ ଠାରୁ ଜାପାନରେ ୧୦୦ ବର୍ଷରୁ ଊଦ୍ଧ୍ୱ ବୟସର ଲୋକଙ୍କୁ ଦେଖିବାକୁ ମିଳିଥିଲା । ନ୍ୟାସନାଲ ଇନ୍ଷଫିଚୁ୍ୟଟ ଅଫ୍ ପପୁଲେସନ୍ ଆଣ୍ଡ ସିକୁ୍ୟରିଟି ରିସର୍ଚ୍ଚ ଅନୁସାରେ ଆଗାମୀ ୫ବର୍ଷରେ ୧୦୦ରୁ ଅଧିକ ବୟସର ଲୋକଙ୍କ ସଂଖ୍ୟା ୧ଲକ୍ଷକୁ ପାର କରିଯିବ ।