ଦୁଇ ମୁହାଁ ସାପ କେବଳ ସିନେମାରେ ଦେଖିଥିବେ, ହେଲେ ଏବେ ସତରେ ଖୋଜ୍ ମିଳିଛି ଦୁଇ ମୁହାଁ ସାପର । ମିଳିଥିବା ସୂଚନାନୁଯାୟୀ, ଭର୍ଜିନିଆର ରିଚମଣ୍ଡରେ ଦେଖିବାକୁ ମିଳିଛି ଏହି ସାପ । ଏହାର ଭିଡିଓ ଜଣେ ବନ୍ୟଜୀବ ବିଶେଷଜ୍ଞ କରଥିବା ବେଳେ କହିଛନ୍ତି ଯେ, ସେ ତାଙ୍କ ଜୀବନକାଳ ମଧ୍ୟରେ ଏହିଭଳି ସର୍ପ ଦେଖିନଥିଲେ । ଏହି ସାପ ୬ ରୁ ୮ ଇଞ୍ଚ ଲମ୍ବ ବିଶିଷ୍ଟ ହେବା ସହ ଖୁବ୍ କମ୍ ଦିନର ଅର୍ଥାତ୍ ଏକ ସପ୍ତାହର ଛୋଟ ସାପ ବୋଲି ଜଣାପଡିଛି । ଏହି ସାପ ଦୁର୍ଲଭ ବୋଲି ଜଣାପଡିଛି । ଏଭଳି ସାପ ମିଳିବା ପ୍ରକୃତ ପକ୍ଷେ ଅସାଧାରଣ ବୋଲି କହିଛନ୍ତି । ଦୁଇ ମୁଣ୍ଡ ଶିଶୁଙ୍କୁ ସାଧାରଣତଃ ଯାଆଁଳା କୁହାଯାଏ କିନ୍ତୁ ଏହି ଦୁଇମୁହæô ସାପ ହୁଏତ ଯାଆଁଳା କୁହାଯାଉଛି। ଏମାନେ ଖୁବ୍ କମ୍ ଦିନ ଜୀବନ ଧାରଣ କରନ୍ତି ବୋଲି ଶୁଣାଯାଏ ।