ଦୁଇ ବିବାହ ନକଲେ ମିଳେ ଦଣ୍ଡ

0

ବିବାହ ଏକ ପବିତ୍ର ସମ୍ପର୍କ ଯାହାକୁ ଯାହାକୁ ଉଭୟ ପତୀ ଓ ପନିୀ ଦୁହେଁ କେବେହେଲେ କାହାରି ସହ ଭାଗ ବାଣ୍ଟିବାକୁ ପ୍ରସ୍ତୁତ ନଥାଆନ୍ତି । ଆଫ୍ରିକାରେ ରହିଛି ଏମିତି ଏକ ଦେଶ ଯେଉଁଠାରେ ପୁରୁଷମାନେ କରନ୍ତୁ ଗୋଟି ବଦଳରେ ଦୁଇ ଦୁଇଟି ବିବାହ । ଭାରତ ସମେତ ଅନେକ ଗୁଡିଏ ଦେଶରେ ଦୁଇଟି ବିବାହ ଅନୌତିକ ହୋଇଥିବାବେଳେ ଆଫ୍ରିକାର ଇରିଟ୍ରିୟାରେ ପ୍ରତ୍ୟେକ ପୁରୁଷ ଦୁଇଟି ପନିୀଙ୍କୁ ଆଣି ଏକାଠି ଗୋଟିଏ ଛାତତଳେ ଜୀବନ ଅତିବାହିତ କରନ୍ତି । ଯଦି ପୁରୁଷ ବା ସ୍ତ୍ରୀ ଯେକେହି ବି ଏନେଇ କୌଣସି ବାଧା ଦେଇଥାନ୍ତି ତେବେ ସେମାନଙ୍କୁ ଆଜୀବନ କାରାବାସର ଦଣ୍ଡ ମିଳିଥାଏ । ଏହା ପଛରେ ଅନେକ ଗୁଡିଏ କାରଣ ରହିଛି ପ୍ରଥମ କାରଣଟି ହେଲା ଇରିଟ୍ରିୟାରେ ମହିଳାଙ୍କ ଅପେକ୍ଷା ପୁରୁଷଙ୍କ ସଂଖ୍ୟା ଖୁବ କମ୍‌ । ଏହା ପଛର ଦ୍ୱିତୀୟ କାରଣଟି ହେଲା ଆଫ୍ରିକାରେ ଅନେକ ସମୟରେ ଗୃହ ଯୁଦ୍ଧ ଲାଗି ରହିଥାଏ ଓ ଏହି ସମୟରେ ଘରେ ଜଣେ ମଣିଷ ରହିବା ବିପଦଜନକ ହୋଇଥାଏ ତେଣୁ ଜଣଙ୍କ ସହ ଆଉଜଣେ ରହିଗଲେ ବିପଦକୁ ଏଡାଇହେବ । କୁହାଯାଏ ୧୯୯୮ରୁ ୨୦୦୦ଭିତରେ ଆଫ୍ରିକାରେ ୧ଲକ୍ଷ ୫୦ହଜାର ସୌନୀକ ପ୍ରାଣ ହରାଇଥିଲେ । ତେବେ ଏହି ବିବାହ ପ୍ରଥାକୁ କେବଳ ସାମାଜିକ ସ୍ୱିକୃତି ମିଳିଛି ସେତିକି ନୁହେଁ ଇରିଟ୍ରିୟାର ସରକାର ମଧ୍ୟ ଏଭଳି ବିବାହରେ ନିଜର ସହମତି ପ୍ରଦାନ କରିଛନ୍ତି । ଯାହାଫଳରେ ଏହା କୌଣସିବି ଦୃଷ୍ଟିରୁ ଅନୌତିକ ନୁହେଁ ବୋଲି ଆଶାପୋଷଣ କରନ୍ତି ଦେଶବାସୀ ।

Leave A Reply

Your email address will not be published.