ସୋସିଆଲ୍ ମିଡିଆରେ ଏବେ ଏକ ବିଲେଇର ଚେହେରା ଖୁବ୍ ଚର୍ଚ୍ଚା ସୃଷ୍ଟି କରିଛି । ତେବେ ଚର୍ଚ୍ଚା ସୃଷ୍ଟି କରୁଥିବା ଏହି ବିଲେଇ କୋðଣସି ସାଧାରଣ ବିଲେଇ ପରି ନୁହେଁ । କାରଣ ଏହାର ମୁହଁ ଦୁଇଟି, ତିନୋଟି ଆଖି ଓ ଦୁଇଟି ନାକ । ଦୁଇଟି ଚେହେରା ଥିବା ଏହି ବିଲେଇ ଗତ ଡିସେମ୍ବର ୧୨ ତାରିଖରେ ଦକ୍ଷିଣ ଆଫ୍ରିକାରେ ଜନ୍ମ ହୋଇଛି । ସୋସିଆଲ୍ ସାଇଟ୍ ଫେସ୍ବୁକ୍ରେ ଦିନକୁ ଦିନ ଏହାର ଫୋଲଅର୍ସ ସଂଖ୍ୟା ମଧ୍ୟ ବଢିବାରେ ଲାଗୁଛି । ଏଇ ଅଦ୍ଭୁତ ବିଲେଇକୁ ଦେଖିବା ପରେ କିଛି ବିଶେଷଜ୍ଞମାନେ ଏକ ଭିନ୍ନ ମତ ବ୍ୟକ୍ତ କରିଛନ୍ତି । ସେମାନଙ୍କ କହିବାନୁସାରେ ଏପରି ଅଦ୍ଭୁତ ବିଲେଇ ଯେବେ ଜନ୍ମ ନିଅନ୍ତି, ସେତେବେଳେ ସାଧାରଣତଃ ଅଧିକ ସମୟ ଧରି ବଞ୍ଚିପାରନ୍ତି ନାହିଁ । କିଛି କ୍ଷଣ ମଧ୍ୟରେ ଏମାନଙ୍କର ଜୀବନ ଚାଲିଯାଇଥାଏ । କି;ୁ ଏହି ବିଲେଇ କ୍ଷେତ୍ରରେ ଏହା ସମ୍ପୂର୍ଣ୍ଣ ଓଲଟା । ତା’ର ସ୍ୱାସ୍ଥ୍ୟ ଏଯାବତ୍ ଠିକ୍ ରହିଛି ଓ ସାଧାରଣ ବିଲେଇ ବିଲେଇ ଭଳି ଚଳପ୍ରଚଳ କରୁଛି । କି;ୁ ଖାଦ୍ୟ ଖାଇଲା ସମୟରେ ଟିକେ ଅସୁବିଧା ଉପୁଯୁଛି କି;ୁ ବିଲେଇଟିର ମାଲକିଆ ତାକୁ ବଞ୍ଚେଇ ରଖିବା ଲାଗି ବହୁ ଉଦ୍ୟମ ଚଳାଇଛି ।